Hot Posts

6/recent/ticker-posts

ରାଜ୍ୟ ଓ କନ୍ଧମାଳ ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସଂଗଠନ ପକ୍ଷରୁ ୬୯ ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ କରାଟେ ପ୍ରତିଯୋଗିତା

କନ୍ଧମାଳ, ୨୪/୧୦ (ଅଚ୍ୟୁତ ଜାନି) : କନ୍ଧମାଳ ଜିଲ୍ଲାର ସ୍ଥାନୀୟ ପବ୍ଲିକ ସ୍କୁଲ, ଫୁଲବାଣୀ ଠାରେ ଓଡିଶା ରାଜ୍ୟ ବିଦ୍ୟାଳୟ କ୍ରିଡ଼ା ସଂଗଠନ ଓ କନ୍ଧମାଳ ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସଂଗଠନ ତରଫରୁ ଗୁରୁବାର ଦିନ ୬୯ ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ କରାଟେ ପ୍ରତିଯୋଗିତା( ୧୭ ବର୍ଷରୁ କମ୍ ବାଳକ ଓ ବାଳିକା) ୨୦୨୫-୨୬ ର ଉଦଘାଟନ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ପ୍ରତିଯୋଗିତା ୨୩ ରୁ ୨୫ ଅକ୍ଟୋବର ପଯ୍ୟନ୍ତ ଚାଳିବ । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ ଯୋଗଦେଇ କହିଥିଲେ ଯେ ଏହି ଖେଳ ନିଜକୁ ଫିଟ୍ ରଖିବା ସହିତ ଆତ୍ମରକ୍ଷା ରେ ସାହାଯ୍ୟ କରିବ । ପ୍ରତିଯୋଗୀ ମାନଙ୍କର ସଫଳ କାମନା କରିବା ସହିତ ନିଜର ଉନ୍ନତ ପ୍ରଦର୍ଶନ ଦ୍ଵାରା ରାଜ୍ୟ ତଥା ଦେଶକୁ ଗୌରବାନ୍ବିତ କରିବାକୁ ଶୁଭେଚ୍ଛା ପ୍ରଦାନ କରିଥିଲେ। ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦୀ କହିଥିଲେ ଯେ କରାଟେ ଏକ ଆତ୍ମସୁରକ୍ଷାର ଖେଳ। ଆତ୍ମସୁରକ୍ଷା ପାଇଁ କରାଟେ ପରି ମାର୍ଶଲ ଆର୍ଟର ଶିକ୍ଷା ପ୍ରତ୍ୟେକ ବାଳିକାମାନଙ୍କୁ ଆବଶ୍ୟକ। ସେ ମଧ୍ୟ ଖେଳାଳି ମାନଙ୍କ ଆଗାମୀ ଭବିଷ୍ୟତର ସଫଳତା କାମନା କରିଥିଲେ। ଏହି କାର୍ଯ୍ୟକ୍ରମର ସଭାପତି ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଜେଶ କୁମାର ସ୍ବାଇଁ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଆଠଗୋଟି ଜିଲ୍ଲାର ୧୦୧ ଜଣ ପ୍ରତିଯୋଗୀ ମାନେ ଯୋଗଦେଇ ଥିଲେ। ସାଂସ୍କୃତିକ ଦଳର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ସମସ୍ତଙ୍କ ମନୋରଞ୍ଜନ କରିଥିଲେ। ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ସଞ୍ଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସହକାରୀ ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓଡ଼ିଶା ଶ୍ରୀ ଜ୍ୟୋତି ପ୍ରସାଦ ପରିଡା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମାନସ ରଞ୍ଜନ ଦାଶ, ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ( ରାଜ୍ୟ ପରିଦର୍ଶକ) ଶ୍ରୀ ସପନ କୁମାର ଜେନା, ଅବସରପ୍ରାପ୍ତ ସହକାରୀ ନିର୍ଦ୍ଦେଶକ ଶାରୀରିକ ଶିକ୍ଷା(ରାଜ୍ୟ ପରିଦର୍ଶକ) ଶ୍ରୀ କୈଳାସ ଚନ୍ଦ୍ର ପ୍ରଧାନ,ଅବସରପ୍ରାପ୍ତ ସହକାରୀ ନିର୍ଦ୍ଦେଶକ ଶାରୀରିକ ଶିକ୍ଷା(ରାଜ୍ୟ ପରିଦର୍ଶକ) ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଦେଇ, ସମ୍ପାଦକ ଜିଲ୍ଲା କ୍ରୀଡ଼ା ସଂଗଠନ, କନ୍ଧମାଳ ଶ୍ରୀ ଶିବ ପ୍ରସାଦ ତ୍ରିପାଠୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ସମିର କୁମାର ନାୟକ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଗଜପତି ସୁରେନ୍ଦ୍ର କୁମାର ପାତ୍ର, ସମ୍ପାଦକ, ପବ୍ଲିକ ସ୍କୁଲ ଶ୍ରୀ ବିପ୍ରଚରଣ ପାତ୍ରଙ୍କ ସମେତ ଶାରୀରିକ ଶିକ୍ଷା ଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀ , ସାଂସ୍କୃତିକ କଳାକାର, ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।