ଯୁବକଙ୍କୁ ମଦରେ ବିଷ ଦେଇ ହତ୍ୟା ଅଭିଯୋଗ, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ
ଯାଜପୁର, ୨୦ / ୧୦ ( ରଂଜିତ ମହାନ୍ତି ) : ଯାଜପୁର ଜିଲ୍ଲା ବରୀ—ରାମଚନ୍ଦ୍ରପୁର ଥାନା ଅଧୀନ ଆନନ୍ଦପୁର ଗ୍ରାମର ଯୁବକ ସନ୍ତୋଷ ମଲ୍ଲିକଙ୍କୁ ମଦରେ ବିଷ ଦେଶ ଦଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ପରିବାର ଏହି ଅଭିଯୋଗ କରିବା ସହ ନ୍ଯାଯ ୟ ଦାବିରେ ରବିବାର ସନ୍ଧ୍ୟାରେ ଥାନା ସମ୍ମୁଖରେ ମୃତଦେହ ରଖ୍ ଧାର ଦେଇଛନ୍ତି। ଘଟଣାରେ ପୋଲିସ କୌଣସି ପଦକ୍ଷେପ ନେଇ ନ ଥିବା ସେମାନେ ଅଭିଯୋଗ କରିବା ସହ ଥାନା ଅଧିକାରୀଙ୍କ ବଦଳି ଦାବି କରିଛନ୍ତି । ଏଥିସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଅଡ଼ି ବସିଛନ୍ତି। ଖବରପାଇ ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ, ଯାଜପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୀତିକଣ୍ଠ କାନୁନଗୋ ଓ ଏସ୍ଡିପିଓ ପ୍ରଶାନ୍ତ ମାଝୀ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଛନ୍ତି। ଖବର ଲେଖା ହେବାବେଳକୁ ଆନ୍ଦୋଳନ ଜାରି ରହିଥୁଲା। ।ସନ୍ତୋଷଙ୍କ ସ୍ତ୍ରୀ ବନ୍ଦନା ମଲ୍ଲିକbମୃତକଙ୍କ ପରିବାର ଥାନା ଆଗରେ ଧାରଣା ଦେଇଛନ୍ତି। ଥାନାରେ ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି, ୧୬୧୦୨୦୨୫ରେ ଗ୍ରାମର ଅଜିତ ଜେନା, ମୁନା ପଣ୍ଡା, ସରୋଜ ମଲ୍ଲିକ, ପ୍ରସନ୍ନ ମଲ୍ଲିକ, ଗଜେନ୍ଦ୍ର ମଲ୍ଲିକ, ବିକାଶ ଜେନା, କୈଳାସ ମଲ୍ଲିକ ଓ ସନାତନ ମଲ୍ଲିକ ଆସି ଭୋଜି କରିବାକୁ ତାଙ୍କ ସ୍ବାମୀଙ୍କୁ ଡାକିନେଇଥିଲେ। ସେଠାରେ ଜୋର ଜବରଦସ୍ତ ମଦ ପିଆଇବାକୁ ଦେଇଥିଲେ। ମଦପିଇ ତାଙ୍କ ସ୍ବାମୀ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ମଦରେ ବିଷ ମିଶାଯାଇଛି ବୋଲି ଡାକି ନେଇଥିବା ଯୁବକମାନେ କହି ପଳାଇଥିଲେ। ସନ୍ତୋଷ ଘର ନିକଟ ଛକକୁ ଆସି ମଦରେ ବିଷ ମିଶାଇ ତାଙ୍କୁ ଉପରୋକ୍ତ ବ୍ୟକ୍ତିମାନେ ଜୋର ଜବରଦସ୍ତ ପିଆଇଛନ୍ତି ବୋଲି ତାଙ୍କ ସମ୍ପର୍କୀୟଙ୍କୁ କହିଥିଲେ। ସନ୍ତୋଷଙ୍କ କଥା ଶୁଣିବା ପରେ ସମ୍ପର୍କୀୟମାନେ ଥାନାରେ ଏକଥା ଜଣାଇଥିଲେ। ହେଲେ ଲେ ପୋଲିସ ତାଙ୍କ କଥା ଶୁଣି ନ ଥିଲା। ଏହାପରେ ପରିବାର ଲୋକେ ସନ୍ତୋଷଙ୍କୁ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସ୍ବାସ୍ଥ୍ୟବସ୍ଥାରେ ସୁଧାର ନ ଆସିବାରୁ ଶେଷରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ତାଙ୍କର ମୃତ୍ୟୁ ହୋଇଥିଲା l
ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ