ଭାଙ୍ଗିଲା ଅଟିରା ବିଜେଡି ଗଡ଼, ଦଳ ଛାଡିଲେ ଯୁବ ସଂଗଠକ
ବରୀ, ୨୨/୧୦ ( ରଂଜିତ ମହାନ୍ତି ) : ବରୀ ବ୍ଲକ ବିଜେଡି ଗଡ଼ ହିସାବରେ ଜଣାଶୁଣା । ଅଟିରା ପଞ୍ଚାୟତରେ ବିଜେଡିକୁ ଝଟକା ଲାଗିଛି । । ପୂର୍ବତନ ୧ ସରପଞ୍ଚ ରିନାରାଣୀ ଧଳଙ୍କ ସ୍ବାମୀ ଦୃଢ ସଂଗଠକ ନରହରି ପରିଡ଼ା ବିଜେଡି ଛାଡ଼ି ବିଜେପିରେ - ସାମିଲ ହୋଇଛନ୍ତି । ପଞ୍ଚାୟତରେ ଦଳୀୟ ନେତୃତ୍ୱ ଠିକ୍ ନାହିଁ, ଲୋକ ପ୍ରତିନିଧୂଙ୍କୁ ହାତବାରିସ୍ କରାଯାଇ ଲକ୍ଷଲକ୍ଷ ଟଙ୍କା ହରିଲୁଟ ଚାଲିଥିବାରୁ ନରହରି ବିଜେଡି ଛାଡ଼ିଛନ୍ତି ବୋଲି ମିଶ୍ରଣ ଅବସରରେ ଗଣମାଧ୍ୟମକୁ କହିଛନ୍ତି। ଖୁବ୍ଶୀଘ୍ର ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମିଶ୍ରଣ ପର୍ବରେ ଦାବି କରାଯାଇଥିଲା । ବିଜେପି ନେତା ଉମେଶ ଜେନା ନରହରି ଓ ତାଙ୍କ ସମର୍ଥିତଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ଦେଇ ଦଳ ମଧ୍ଯକୁ ସ୍ବାଗତ କରିଥିଲେ।
ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ