Hot Posts

6/recent/ticker-posts

ପୌରର ଗାରିମା କାର୍ଯ୍ୟକ୍ରମରେ ସୁରକ୍ଷା ଉପକରଣ ବଣ୍ଟନ।ସୁରକ୍ଷା ଉପକରଣ ମାନ ସନ୍ଦେହ ଘେରରେ। ସ୍ଵଚ୍ଛ କର୍ମୀଙ୍କ ପାଇଁ ବୋଡାଖାନାରେ ଅବ୍ୟବସ୍ଥା।

ଜୟପୁର, ୨୨।୧୦ ( ଏ. ଭେଙ୍କଟ ରାଓ ) : ପୌର ପରିଷଦ ପକ୍ଷରୁ ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତିଙ୍କ ପ୍ରୟାସ ଏବଂ ସ୍ୱତନ୍ତ୍ର ଦୃଷ୍ଟି ଯୋଗୁଁ ସ୍ୱଚ୍ଛ କର୍ମୀମାନେ ଉପକୃତ ହୋଇଛନ୍ତି। ଆୟୋଜିତ ଗାରିମା କାର୍ଯ୍ୟକ୍ରମରେ ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ପୌର କାର୍ୟନିର୍ବାହି ଅଧିକାରୀ ଏ ଶାସ୍ୟା ରେଡ୍ଡୀ ସହ କାର୍ଯ୍ୟନିର୍ବାହୀ ଅଧିକାରୀ ପୂଜା ରାଉତ ମିଞ୍ଚାଷିନ ହୋଇ ପୌରରେ ନିୟୋଜିତ ସ୍ଵଚ୍ଛ କର୍ମୀ ମାନଙ୍କ ନିମନ୍ତେ ସୁରକ୍ଷା ଉପକରଣ ବଣ୍ଟନ କରିଛନ୍ତି। ଜୟପୁର ପୌର ଏବଂ ଏମସିସି ରେ ନିୟୋଜିତ ହୋଇଥିବା ପ୍ରାୟ ୪୨୧ ଜଣ ସ୍ଵଚ୍ଛ କର୍ମୀ ମାନଙ୍କ ମଧ୍ୟରୁ ପ୍ରାୟ ୨୦୦ ଜଣଙ୍କ ପାଇଁ ସୁରକ୍ଷା ଉପକରଣ ବଣ୍ଟନ ନିମନ୍ତେ ବ୍ୟବସ୍ଥା କରାଯାଇଥିଲା। ଏହା ସହ ଉପସ୍ଥିତ ଥିବା ୧୭୦ ରୁ ୨୦୦ ସ୍ଵଚ୍ଛକର୍ମୀ ମାନଙ୍କ ନିମନ୍ତେ ଏକ ନିଅଣ୍ଟିଆ ବୋଡାଖାନାର ଆୟୋଜନ କରାଯାଇଥିଲା ପରେ ବାହାର ହୋଟେଲରୁ କିଛି ଖାଦ୍ୟ ଅଣାଯାଇଥିଲା ପରସା ଯାଇଥିଲା କିନ୍ତୁ ଏହି କାର୍ଯ୍ୟକ୍ରମରେ ସ୍ଵଛ କର୍ମୀଙ୍କ ଉପସ୍ଥିତିର ସଠିକ ବିବରଣୀ ରୋଖାଯାଇ ନଥିବା ଯୋଗୁଁ ଏହି କାର୍ଯ୍ୟକ୍ରମରେ ପୌରରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ଦ୍ଵାରା ଖର୍ଚ୍ଚରେ ଚଞ୍ଚକତା ହେବାର ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ। ସରକାରଙ୍କ ଗାରୀମା ଯୋଜନାରେ ବିଭିନ୍ନ ସୁଫଳ କାର୍ଯ୍ୟକ୍ରମ ମାନ ରୋହିଥିଲେ ମଧ୍ୟ ଏହା ସଠିକ ଭାବେ ଜୟପୁର ପୌରରେ ପାଳନ କରାଯାଉନଥିବା ସାଧାରଣରେ ଚର୍ଚ୍ଚା ହେଇଛି। ସ୍ୱଚ୍ଛ କର୍ମଚାରି ମାନଙ୍କୁ ଯୋଗାଇ ଦେଇଥିବା ସୁରକ୍ଷା ଉପକରଣର ମାନ ଠିକ ନଥିବା କର୍ମଚାରୀ ମାନେ କହିବା ସହ ଏହା ଏକ ମାସ ମଧ୍ୟ ଟିକିବ ନାହିଁ ବୋଲି କୋହିଛନ୍ତି। କେନ୍ଦ୍ର ସରକାରଙ୍କ ଅନୁଦାନରେ ରାଜ୍ୟ ସ୍ତରରେ କ୍ରୟ କରାଯାଇଥିବା ସୁରକ୍ଷା ଉପକରଣ ଗୁଡିକର ଦର ଏବଂ ମାନର ଏକ ବିଧିବଦ୍ଧ ତଦନ୍ତର ଆବଶ୍ୟକତା ରହିଥିବା ସାଧାରଣରେ ଦାବୀ ହୋଇଛି।