ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ମଞ୍ଚ ଦେଲା “ସୁରଭି” — ଜୟପୁର ବ୍ଲକରେ ଶିକ୍ଷା ଓ ସାଂସ୍କୃତିକ ମିଳନ ମହୋତ୍ସବ
ଜୟପୁର, ୨୨/୧୦ ( ଏ. ଭେଙ୍କଟ ରାଓ ) : ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଅଧିନସ୍ଥ କୁନ୍ତରଖାଲ୍ ସାଧନ କେନ୍ଦ୍ର ବଡ଼ ଓଝେଇ ଉଚ୍ଚ ପ୍ରଥମିକ ବିଦ୍ୟାଳୟ ଠାରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି, କୁନ୍ତରଖାଲ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ରୁଦ୍ର ପ୍ରସନ୍ନ ପାଣିଗ୍ରାହୀ ଙ୍କ ଦ୍ବାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କୁନ୍ତର ଖାଲ ଗୋଷ୍ଠୀ ସାଧନ କେନ୍ଦ୍ର ର ସମସ୍ତ ୧୬ ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦାନ କରିବା ସହିତ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ନୃତ୍ୟ ଓ ସଙ୍ଗୀତ ପରି ବେଷଣ କରିଥିଲେ, ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ସମିକ୍ଷକ ଶ୍ରୀ ରଞ୍ଜନ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ, ଶ୍ରୀ ଚନ୍ଦନ କୁମାର ନାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର, ଶ୍ରୀ ଶଶୀଭୂଷଣ ଦାଶ୍ ସଭାପତି ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା, ଶ୍ରୀ ରାଜେନ୍ଦ୍ର ନାରାୟଣ ପାଢି ବିଭାଗୀୟ ଅଧିକାରୀ, ଶ୍ରୀ କେ ଗୋପାଳ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଶ୍ରୀ ସୋମନାଥ ଗାଦବା ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ, ଶ୍ରୀ ସୁରେନ୍ଦ୍ର କୁମାର ପଟ୍ଟନାୟକଙ୍କ, ଶ୍ରୀ ପି ହରିଶ୍ଚନ୍ଦ୍ର ରାଓ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିବା ସହିତ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ, ଶ୍ରୀ ସନ୍ତୋଷ କୁମାର ଦାଶ୍ କାର୍ଯ୍ୟକ୍ରମ ମୁଖ୍ୟ ଭାବେ ଯୋଗଦାନ କରିବା ସହିତ ନୃତ୍ୟ ପରିବେଷଣ ର ବିଚାରପତି ହୋଇ କୃତି ଛାତ୍ର ଛାତ୍ରୀ ଚୟନ କରିଥିଲେ , ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା, ପରି ଶେଷରେ ଶ୍ରୀ ପାଣିଗ୍ରାହୀ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ