କଳାରୁଦ୍ର ଯୁବକ ସଂଘ, ହଜାରୀ ପଡ଼ା ପକ୍ଷରୁ ଜାତୀୟ ଏକତା ଦିବସ ପାଳିତ
କର୍ଲାମୁଣ୍ଡା, ୩୧/୧୦ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁଶୁର୍ଲା ହଜାରୀପଡା କଳାରୁଦ୍ର ଯୁବକ ତରଫରୁ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ୧୫୦ତମ ଜୟନ୍ତୀ ପାଳିତ ହୋଇଯାଇଛି I ରାଷ୍ଟ୍ରୀୟ ଏକତା ଦିବସ ତଥା ଭାରତର ଏକତା ଓ ଅଖଣ୍ଡତାର ସୂତ୍ରଧର, ମହାନ୍ ସ୍ଵାଧୀନତା ସଂଗ୍ରାମୀ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ତାଙ୍କ ପ୍ରତିଛବିରେ ଫୁଲମାଳ ଦେଇ ପୂଜାର୍ଚ୍ଚନା କରାଯାଇଥିଲା I ଏଥିରେ ଯୁବ ସ୍ୱେଚ୍ଛାସେବୀ ତଥା ପ୍ରକୃତି ବନ୍ଧୁ ଶ୍ରୀ ସନତ କୁମାର ସାହୁ, କଳାରୁଦ୍ର ଯୁବକ ସଂଘର କୋଷାଧକ୍ଷ ହରପ୍ରସାଦ ସାହୁ, ଚୁମନେଶ୍ୱର ସାହୁ, ନିବେଦିତା ପ୍ରିୟ ଦର୍ଶିନୀ ସାହୁ, ବୀଣାପାଣି ସାହୁ, ରେଖାଞ୍ଜଳି ସାହୁ, କାଶ୍ମୀରା ସାହୁ ଉପସ୍ଥିତ ରହିଥିଲେ I ସେହିପରି ଅମର ଯୁକ୍ତତିନି ମହାବିଦ୍ୟାଳୟ କୁଶୁର୍ଲା ଠାରେ ସର୍ଦ୍ଧାର ବଲ୍ଳଭ ଭାଇ ପଟେଲଙ୍କ ଜୟନ୍ତୀ ଜାତୀୟ ଏକତା ଦିବସ ପାଳିତ ହୋଇଯାଇଛି I ଏଥିରେ ଯୁକ୍ତତିନି ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀ ରାଜେନ୍ଦ୍ର ଗହୀର ସମେତ ସମସ୍ତ ଏନଏସଏସ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ I