Hot Posts

6/recent/ticker-posts

ରାଷ୍ଟ୍ରୀୟ ଏକତା ଦିବସରେ ଗଣଦୌଡ।

ଜୟପୁର, ୩୧।୧୦ ( ଏ. ଭେଙ୍କଟ ରାଓ ) : ଲୌହ ପୁରୁଷ ସର୍ଦାର ବଲ୍ଲଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଏବଂ ରାଷ୍ଟ୍ରୀୟ ଏକତା ଦିବସରେ ଜୟପୁର ଟାଉନ ପୋଲିସ ଏକ ଗଣଦୌଡ ପ୍ରତିଯୋଗିତା ଆୟୋଜନ କରିଥିଲେ। ଏହି ଅବସରରେ ଉପକ୍ଷଣ୍ଡ ପୋଲିସ ଅଧିକାରୀ ପାର୍ଥ ଜଗଦୀଶ କାଶ୍ୟପ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଗଣଦୌଡକୁ ଆରମ୍ଭ କରିଥିଲେ। ଏହି ଗଣଦୌଡ ଥାନାରୁ ବାହାରି ସର୍ଦାର ବଲ୍ଲଭାଇ ପଟେଲ ମାର୍ଗ ମୁଖ୍ୟ ସଡ଼କ ଦେଇ ରଘୁନାଥ ମନ୍ଦିର ଛକ ପର୍ଯ୍ୟନ୍ତ ଯାଇ ଫେରିଥିଲା। ଏହି କାର୍ଯ୍ୟକ୍ରମରେ ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ଦ୍ବିତୀୟ ଅଧିକାରୀ ସିଦ୍ଧାନ୍ତ କୁମାର ବେହେରା ଏଏସଆଇ ସୋପନ ମିଶ୍ରଙ୍କ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଏବଂ ବରିଷ୍ଟ ନାଗରିକ କିଶୋର ହୋତା କୃଷ ହୋତା ରାମ ଚନ୍ଦ୍ର ହୋତା ଏବଂ ବହୂ ବରିଷ୍ଟ ନାଗରିକ ଏନସିସି ଛାତ୍ର ଛାତ୍ରୀ କଲେଜ ବିଦ୍ୟାର୍ଥୀ ମାନେ ଉପସ୍ଥିତ ହୋଇ ଗଣଦୌଡରେ ଭାଗନେଇଥିଲେ।
ଏହି କାର୍ଯ୍ୟକ୍ରମରେ ବରିଷ୍ଟ ନାଗରିକ ବିଭାଗର କୃଷ୍ଣ ହୋତା ଛାତ୍ର ବିଭାଗରେ ବିକ୍ରମ ନାୟକ ବିଜୟ ପୁଜାରୀ ତ୍ରିଦେବ ଭତ୍ରା ଛାତ୍ରୀ ବିଭାଗରୁ ପୂର୍ଣି ନାୟକ ସ୍ଵାତୀ ଜନୀ ଉଷା ପୋଡ଼ାଲ ପ୍ରଥମ ଦ୍ବିତୀୟ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କାର ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଟ ନାଗରିକ ରାମ ଚନ୍ଦ୍ର ହୋତା ଶେଷ ଭାଗରେ ଅସୁସ୍ଥ ହୋଇ ପଡିଥିଲେ ତାଙ୍କର ମନବଳ ଭାଙ୍ଗି ନଥିଲା ତତକ୍ଷଣାତ୍ ଉପସ୍ଥିତ ଥିବା ପୋଲିସ କର୍ମଚାରୀ ମାନେ ଶ୍ରୀ ହୋତାଙ୍କୁ ଟେକିଆଣି ପ୍ରାଥମିକ ଚିକିତ୍ସା କରିଥିଲେ। ସହରର ମୁଖ୍ୟ ସଡ଼କକୁ ପ୍ରଶାସନ ସର୍ଦାର ପଟେଲ ମାର୍ଗ ବୋଲି ବିବେଚିତ କରିଥିଲେ ସୁଦ୍ଧା ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ସେମାନଙ୍କ ପ୍ରତିଷ୍ଠାନର ନାମ ଫଳକ ଗୁଡିକରେ ମେଇନ ରୋଡ ଦର୍ଶାଇ ଥିବାରୁ କିଶୋର ଚନ୍ଦ୍ର ହୋତା କ୍ଷବ ପ୍ରକାଶ କରିଥିବା ସହ ପୌର ପ୍ରଶାସନ ପକ୍ଷରୁ ତୁରନ୍ତ ନାମ ଫଳକ ଗୁଡ଼ିକରେ ସର୍ଦାର ବଲ୍ଲଭାଇ ପଟେଲ ମାର୍ଗ ବୋଲି ଦର୍ଶାଇବାକୁ ତାଗିଦ କରିବା ଅନୁରୋଧ କରିଥିଲେ।