Hot Posts

6/recent/ticker-posts

୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳା ଶ୍ରମିକଙ୍କ ମୃତ୍ୟୁ ।

ଗୋଲାମୁଣ୍ଡା, ୩୧/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା କେଗାଁ ଠାରେ ଆଜି ନିର୍ମାଣଧୀନ ଘରେ କାମ କରୁଥିବା ବେଳେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ହେବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳି ଯାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କେଗାଁ ର ଅଶୋକ ଅଗ୍ରୱାଲ ନୂଆଁଘର ନିର୍ମାଣ କରୁଛନ୍ତି । ସେହି ନିର୍ମାଣଧୀନ ଘରେ ଆଜି ଶ୍ରମିକ ଭାବେ ପୀତବାସ ପୁଟେଲଙ୍କ ସ୍ତ୍ରୀ ଲବଣି ପୁଟେଲ କାମ କରୁଥିଲେ । ଛାତ ଉପରେ କାମ କରୁଥିବା ସମୟରେ ଛାତ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଚିକିତ୍ସା ନିମନ୍ତେ ଚପରିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ଡାକ୍ତର ଲବଣିଙ୍କୁ ମୃତ ଘୋଷଣା କରିଥିଲେ ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ