ଶାନ୍ତିବନ ମିଳିତ ଗିରିଗୋବର୍ଦ୍ଧନ ପୂଜା କମିଟି ଗଠନ
କର୍ଲାମୁଣ୍ଡା, ୦୯/୧୦ (ସୁଶାନ୍ତ ରଣା) : ଶାନ୍ତିବନ ମିଳିତ ଗିରିଗୋବର୍ଦ୍ଧନ ପୂଜା ପାଇଁ ନୂତନ କମିଟି ଗଠନ କରାଯାଇଛି I ଆୟୋଜିତ ସଭା କାର୍ଯ୍ୟଟି ଶ୍ରୀଯୁକ୍ତ ନେତ୍ରନନ୍ଦ ବଡ଼ମାଳୀଙ୍କ ସଭାପତିତ୍ୱରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି I ନୂତନ କମିଟିର ସଭାପତି ଭାବେ ଶ୍ରୀ ଟଙ୍କଧର ନାଏକ, ଉପସଭାପତି ଶ୍ରୀ ନିରାକାର ସାହୁ, ସମ୍ପାଦକ ଶ୍ରୀ ସନତ କୁମାର ସାହୁ, ସହ ସମ୍ପାଦକ କିରଣ ସାହୁ, କୋଷାଧ୍ୟକ୍ଷ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ ସମେତ ସମସ୍ତ ସଭ୍ୟ ଚୟନ କରାଯାଇଥିଲା I ଉପଦେଷ୍ଟା କମିଟି ସଭ୍ୟ ଭାବେ ନେତ୍ରାନନ୍ଦ ବଡ଼ମାଳୀ, ରାଜେନ୍ଦ୍ର ଭୋଇ, ସିଙ୍ଗମଲ ଭୋଇ, ନବୀନ କିଶୋର ସାହୁ, ରୋହିତ ଭୋଇ, କୈଳାସ ସାହୁ, ସୋମନାଥ ସାହୁ, କ୍ଷୀରସାଗର ସାହୁ, କିସନଲାଲ ସାହୁ, ତାରଚନ ମାଝୀ ଓ ଗିରିଶ ଭୋଇ ସମେତ ମସ୍କାଦାଣ୍ଡି, କୁଶୁର୍ଲା, ହଜାରୀପଡା, ଟେର୍ଚ୍ଚାପଳା, ଏକାତରା, ଗୋବିନ୍ଦପୁର ଓ ଯୋରାଡବରା ଗ୍ରାମର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ନୂତନ କମିଟି ଗଠନ କରାଯାଇଥିଲା I ପରେ ଶ୍ରୀ କିଶୋର ବିଶି ତାଙ୍କ ପରିବାର ତରଫରୁ ପ୍ରତି ବର୍ଷ ତିରିଶି ହଜାର ଟଙ୍କା ଦେବା ସହ ଆଜୀବନ ଯଜ୍ଞକର୍ତ୍ତା ଭାବେ ରହିବା ପାଇଁ ସର୍ବ ସମ୍ମତିକ୍ରମେ ଗୃହୀତ ହୋଇଥିଲା I ଶେଷରେ ସଭାପତି ଶ୍ରୀ ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I