Hot Posts

6/recent/ticker-posts

ବଣୁଆଗୁଡ଼ା ରାସ୍ତାରେ ଯମଯନ୍ତ୍ରଣା, ପ୍ରଶାସନୀୟ ଅବହେଳା ଉପରେ ଗ୍ରାମବାସୀଙ୍କ ଆକ୍ରୋଶ

ଝରିଗାଁ, ୦୯ / ୧୦ (ନକୁଳ ଉତରା) : ନବରଙ୍ଗପୁର ଝରିଗାଁ ବ୍ଳକ ବଣୁଆ ଗୁଡା ପଞ୍ଚାୟତ ରାସ୍ତା ପ୍ରାୟ ଅଧା କିମି ଦୂର ଏହି ମାଟି ରାସ୍ତା ରେ ଅଞ୍ଚଳବାସୀ ଯମଯନ୍ତ୍ରଣା ଭୋଗୁଛନ୍ତି । ଝରିଗାଁ-ଡାବୁଗାଁ ମୂଖ୍ୟ ରାସ୍ତାକୁ ଏହା ସଂଯୋଗ କରୁଛି।୧୦ ବର୍ଷ ହେଲା ଏହି ରାସ୍ତାରେ ମାଟି , ମୁରୁମ ଓ ମେଟାଲ ପକାଯାଇ ଛାଡି ଦିଆଯାଇଛି। ମାଟି ରାସ୍ତାରେ ପାଣି ଜମି ଛୋଟ ବଡ ଖାଲ ହୋଇଛି। ଅଧ କିମି ରାସ୍ତା କାଦୁଅ ପଚପଚ ହୋଇଯାଇଥିବା ରୁ ଗ୍ରାମବାସୀ ଘରୁ ବାହାରି ପାରୁନାହାନ୍ତି । ଅନ୍ୟ ଗାଁର ଲୋକେ ମଧ୍ୟ ରାସ୍ତା ଯୋଗୁଁ ବାଣୁଆ ଗୁଡା ଆସି ପାରୁ ନାହାନ୍ତି। ବିଶେଷକରି ବାଇକ ଚାଳକଙ୍କ ପାଇଁ ଏହା ବିପଦପୂର୍ଣ୍ଣ ସାଜିଥିବା ଗ୍ରାମବାସୀ କହିଛନ୍ତି।ବାଇକ ଚକ୍ ସ୍ଲିପ ହୋଇ ଆରୋହି ଖସିପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି, I ରାସ୍ତାରେ ଚିଟିକା ମାଟି ପକା ଯାଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।