Hot Posts

6/recent/ticker-posts

କୋଣାର୍କ ମହୋତ୍ସବ ପାଇଁ ଶିଳ୍ପୀଙ୍କ ପ୍ରସ୍ତୁତି , ଏଥର କୁମ୍ଭାର ଦଶରଥ ରଣାଙ୍କ ମଡେଲ

କର୍ଲାମୁଣ୍ଡା, ୨୪/୧୦ (ସୁଶାନ୍ତ ରଣା): କୋଣାର୍କର ଚନ୍ଦ୍ରଭାଗା ବେଳାଭୂମିରେ ଆସନ୍ତା ୦୧ ରୁ ୦୫ ଡ଼ିସେମ୍ବର ୨୦୨୫ ଯାଏ ହେବାକୁ ଥିବା ୧୫ତମ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଅନୁଷ୍ଠିତ ହେବ I ସେଥିରେ ଭାଗନେବା ନେବା ପାଇଁ ପଶ୍ଚିମ ଓଡିଶାର ପ୍ରଖ୍ୟାତ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି I ଏବର୍ଷର ନିୟମ ଅନୁଯାଇ ଏହି ଉତ୍ସବରେ ଭାଗ ନେବାକୁ ଥିବା ପ୍ରତ୍ୟେକ ଶିଳ୍ପୀ ତିନୋଟି ଲେଖାଏଁ ନୂତନ ମଡେଲର ଫଟୋ ଆବେଦନ ଫର୍ମ ସହ ପଠାଇବେ I ଯାହାକି ୨୭ସେପ୍ଟେମ୍ବର ରୁ ୨୪ ଅକ୍ଟୋବର ଭିତରେ ନିର୍ମିତ ହୋଇଥିବା ଓ ଗୋଟିକର ଉଚ୍ଚତା ଅତି କମରେ ପାଞ୍ଚ ଫୁଟ ହୋଇଥିବା ଆବଶ୍ୟକ l ଏହି ପରିପ୍ରେକ୍ଷୀରେ ଶ୍ରୀ ସାହୁ ତାଙ୍କର ଜଣେ ସହଯୋଗୀ ତଥା କୁମ୍ଭାର କାରିଗର ଶ୍ରୀ ଦଶରଥ ରଣା(୭୫)ଙ୍କର ମଡେଲ ନିର୍ମାଣ କରି ଓଡିଶା ପର୍ଯ୍ୟଟନ ବିଭାଗକୁ ପଠାଇଛନ୍ତି ଓ ତାହା ଚୟନ କମିଟି ଦ୍ୱାରା ମନୋନୀତ ହେବ ବୋଲି ବାଲୁକା ଶିଳ୍ପୀ ଶ୍ରୀ ସାହୁ ଆଶା ରଖିଛନ୍ତି I