ପାପଡାହାଣ୍ଡିର ଆମ୍ବପାଣି ଘାଟିରେ ବସ–ଟ୍ରକ ମୁହାମୁହିଁ: ଟ୍ରକ ଚାଳକ ମୃତ, ୩୦ ଯାତ୍ରୀ ଆହତ
ପାପଡାହାଣ୍ଡି, ୦୪ / ୧୦ (ନକୁଳ ଭତରା) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ମୈଦଳପୁର ଥାନା ଅଧୀନ ଆମ୍ବପାଣି ଘାଟି ବୁଲାଣି ମଧ୍ୟରେ ବସ ଓ ଟ୍ରକ ମୁହାମୁହିଁ ହେବା ଫଳରେ ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ ଜଣ ଯାତ୍ରୀ ଆହାତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଏସ ବିଏମ ଏସ ନାମକ ଏକ ଘରୋଇ ବସ କଳାହାଣ୍ଡି ଦେଇ ଜୟପୁର ଅଭିମୁଖେ ଆସୁଥିବା ସମୟରେ ବିପରୀତ ଦିଗଦେଇ ଯାଉଥିବା ଏକ ମାଳ ବଝେଇ ଟ୍ରକ ସହ ଆମ୍ବପାଣି ଘାଟିର ଏକ ବୁଲାଣି ନିକଟରେ ମୁହାମୁହିଁ ଧକ୍କା ହୋଇଥିଲା। ଏଥିରେ ବସରେ ବସିଥିବା ଯାତ୍ରୀ ଆହାତ ହୋଇଥିବା ବେଳେ ଘଟଣା ସ୍ଥଳରେ ହିଁ ଟ୍ରକ ଡ୍ରାଇଭଙ୍କର ମୃତ୍ୟୁ ହୋଇଥିଲା। ଘଟଣା ସ୍ଥଳର ମୈଦଳପୁର ପୁଲିସ ଓ କଳାହାଣ୍ଡିରୁ ଅଗ୍ନିଶମ ବିଭାଗ ପହଞ୍ଚି ମୁତୁ ଡ୍ରାଇଭରଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି। ପରେ ପାପଡାହାଣ୍ଡି ଅଗ୍ନିଶମ ବିଭାଗ ପହଞ୍ଚି ଥିଲେ। ଏହା ସହ ଆହତ ଯାତ୍ରୀମାନଙ୍କୁ ଆମ୍ବୁଲାନ୍ସ ଯୋଗ ମୈଦଳପୁର ଓ ପାପଡ଼ାହାଣ୍ଡି ସ୍ୱାସ୍ଥା କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଥାଉ କି ଆମ୍ବପାଣି ନିକଟ ଖଡକାପଦର ବୁଲାଣିରେ ଦୈନଦିନ ଦୁର୍ଘଟଣା ଘଟିବାରେ ଲାଗିଛି। ଏଥିପ୍ରତି ଏନଏଚ କର୍ତ୍ତୁପକ୍ଷ ତ୍ ଜିଲ୍ଲାପ୍ରଶାସନ ଗୁରୁତ୍ୱ ନଦେବାରୁ ଜନ ସାଧାରଣରେ ଅସନ୍ତୋଷ ଦେଖା ହେଉଛି।