କୁଇ କବୟିତ୍ରୀ ଗୀତାଞ୍ଜଳିଙ୍କ ସ୍ଵାମୀ ବିୟୋଗ
କନ୍ଧମାଳ, ୪/୧୦ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ସଦରମହକୁମା ଡେହେଙ୍ଗି ଗ୍ରାମର କୁଇ କବୟିତ୍ରୀ ଗୀତାଞ୍ଜଳିଙ୍କ ସ୍ଵାମୀ ଶ୍ରୀରାମ ଦେହୁରୀଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି । ସୂଚନା ପ୍ରକାରେ ଆଜି ପୂର୍ବାହ୍ନ ୭ ଘଣ୍ଟିକା ସମୟରେ ଶ୍ରୀରାମ ଦେହୁରୀ ନିଜର ମୁଢିମିଲରେ ପ୍ରତ୍ୟେକ ଦିନ କାମ କରିବା ପରି ଆଜି ମଧ୍ୟ କାମ କରିବାକୁ ଯାଇଥିଲେ ସେଠାରେ ବିଦ୍ୟୁତ୍ ତାର ଆଘାତରେ ଗୁରୁତର ହୋଇଥିଲେ । ପରିବାର ପକ୍ଷରୁ ପ୍ରଥମେ ଖଜୁରୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରି ଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ଏହି ବିଷୟରେ ତାଙ୍କର ବଡବାପାର ପୁଅ ଭରତ ଦେହୁରୀ ଖଜୁରୀପଡ଼ା ଥାନାରେ ଅଭିଯୋଗ କରିଥିଲେ ପୋଲିସ୍ ୧୪/୨୦୨୫ ରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିବା ଥାନା ଅଧିକାରୀ ଚାପଧାରୀ ପ୍ରଧାନ ସୂଚନା ଦେଇଛନ୍ତି ।