Hot Posts

6/recent/ticker-posts

ଅଜାଣ ମଠର ମଠାଧିଶ ଙ୍କ ପରଲୋକ

ବରୀ, ୦୪ / ୧୦ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଅଧିନସ୍ଥ ଦକ୍ଷିଣ ସୁକଳ ଗ୍ରାମରେ ଥିବା ଅଜାଣ ମଠ ର ମଠାଧୀଶ ବଳରାମ ଦାସଙ୍କର ପରଲୋକ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।ସୂଚନାଯୋଗ୍ୟ ଦୀର୍ଘଦିନ ଧରି ଏହି ମଠର ମଠାଧୀଶ ଭାବେ ଅବସ୍ଥାପିତ ହେବା ସହ ମଠ ପରିସର ରେ ବିଭିନ୍ନ ଧର୍ମୀୟ କାର୍ଯ୍ୟକ୍ରମ କରିବା ଓ ନିଜର ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ପାଇଁ ସ୍ଥାନୀୟ ଲୋକଙ୍କର ଅତ୍ୟନ୍ତ ନିକଟତର ହୋଇପାରିଥିଲେ।ଗତକାଲି ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନିୟ ଲୋକମାନେ ଶେଷ ଦର୍ଶନ କରିବା ସହ ତାଙ୍କର ଆମର ଆତ୍ମାର କାମନା କରିଥିଲେ।ପରେ ତାଙ୍କର ମର ଶରୀର କୁ ମଠ ପରିସରର ରୁ ଅଣିକଣା, ବେଞ୍ଜରାପୁର, ମନ୍ଦାରୀ, ହାଟସାହି, ସୁକଳ, ମେଦୁଆକୁଳ ଓ ବ୍ରହ୍ମପୁର ପ୍ରଭୃତି ଗ୍ରାମକୁ ଶୋଭାଯାତ୍ରାରେ ନିଆଯିବା ବେଳେ ଗ୍ରାମର ହଜାର ହଜାର ଲୋକେ ତାଙ୍କର ଶେଷ ଦର୍ଶନ କରିଥିଲେ।ଏହି ଶବ ଶୋଭାଯାତ୍ରାରେ ଦେବେନ୍ଦ୍ର ଦାସ,ଡ଼ ନୃସିଂହ ଚରଣ ବେହେରା,ଅନିରୁଦ୍ଧ ମଲ୍ଲ,ପୂର୍ବତନ ସମିତି ସଭ୍ୟ ପ୍ରମୋଦ ଦାସ,ସରପଞ୍ଚ ପ୍ରତିନିଧି ମନୋଜ ମଲ୍ଲ,ସୁରେନ୍ଦ୍ର ସାହୁ,,ପୂର୍ବତନ ସମିତି ସଭ୍ୟ ଅଜୟ ମଲ୍ଲ,ମକରଧ୍ୱଜ ସାହୁ ପ୍ରମୁଖ ଯୋଗ ଦେବା ସହିତ ତାଙ୍କର ମର ଶରୀର କୁ ପୂଜାର୍ଚ୍ଚନା ପରେ ହିନ୍ଦୁ ରୀତିନୀତି ଅନୁଯାୟୀ ମଠ ପରିସରରେ ସମାଧି ଦିଆଯାଇଥିଲା।

 ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ