ରାଜ୍ୟ ସ୍ତରୀୟ ଆବାକସ ପ୍ରତିଯୋଗୀତା ଅନୁଷ୍ଠିତ
ଭୁବନେଶ୍ବର, ୨୭/୧୦ ( ଏ. ଭେଙ୍କଟ ରାଓ ) : ଆଜି ଭୁବନେଶ୍ବର ଚିତ୍ରକୋଟ ଆଶ୍ରମ ନିକଟରେ ଥିବା ରୋଟାରୀ କ୍ଲବ ପରିସରରେ ରାଜ୍ୟ ସ୍ତରୀୟ ଆବାକସ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗୀତାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୧୪୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଅ˚ଶ ଗ୍ରହଣ କରିଥିଲେ। ବ୍ରାଇନି ବିଡସ ପକ୍ଷରୁ ଆୟୋଜିତ ପ୍ରତିଯୋଗୀତାରେ ମୁଖ୍ୟ ଅତିଥି ଭାବେ ରୋଟାରୀ ବ୍ଲବ ସ˚ପାଦକ ବିଶ୍ବଜିତ ପାତ୍ର ଓ ଓଡିଶା ଲୋକଦଳ ସଭାପତି ସନ୍ତୋଷ ନାରାୟଣ ଯୋଗ ଦେଇ କୃତ୍ତି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ଅନୁଷ୍ଠାନର ପ୍ରଶ˚ସା କରିଥିଲେ। ଏହି ପ୍ରତିଯୋଗୀତାରେ କନିଷ୍ଠ ଓ ବରିଷ୍ଠ ବିଭାଗର ୭ଟି ପର୍ଯ୍ୟାୟରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବ୍ରାଇନି ବିଡସ ସଦସ୍ୟ ସତିଶ କୁମାର ନନ୍ଦ ଙ୍କ ସମେତ ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ।