Hot Posts

6/recent/ticker-posts

ବେଲଖଣ୍ଡି ପଞ୍ଚାୟତ ଡିଗ୍ରୀ କଲେଜ ରେ ସାଇବର ସଚେତନତା କାର୍ଯ୍ୟକ୍ରମ

କର୍ଲାମୁଣ୍ଡା, ୨୭/୧୦ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବେଲଖଣ୍ଡି ଡିଗ୍ରୀ ମହାବିଦ୍ୟାଳୟ ଠାରେ କେସିଙ୍ଗା ଥାନା ତରଫରୁ କଲେଜ ର ଅଧକ୍ଷ ଶ୍ରୀ ଦୁର୍ଯୋଧନ ଦାଶ ଙ୍କ ସଭାପତିତ୍ବ ରେ ସାଇବର ସଚେତନତା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ଏସ ଡି ପି ଓ  ସନ୍ଦୀପ ମାଝୀ ଶ୍ରୀ ଗଣେଶ ଙ୍କ ସମ୍ମୁଖରେ ଶ୍ରୀଫଳ ଭାଙ୍ଗି ଏହାର ଶୁଭାରମ୍ଭ କରିଥିଲେ l  ମୁଖ୍ୟବକ୍ତା ଭାବରେ କେସିଙ୍ଗା ଥାନା ଅଧିକାରୀ ଜିତେନ୍ଦ୍ର ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ବେଲଖଣ୍ଡି  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷ ସନ୍ତୋଷ କୁମାର ପାଣିଗ୍ରାହୀ, ପଲମ ଫାଣ୍ଡି ଅଧିକାରୀ ସୁବୋଧ ଫୁଲୋ, ଉପସ୍ଥିତ ଥିଲେ l ଉତ୍କେଲା ଏଏସଆଇ ଅରୂପ କୁମାର ଶତପଥୀ ଅତି ଚମତ୍କାର ମ୍ୟାଜିକ ଦେଖାଇ ସାଇବର କ୍ରାଇମ ବିଷୟରେ ସଚେତନ କରିଥିଲେ l ମୁଖ୍ୟ ଅତିଥି ଏବଂ ମୁଖ୍ୟବକ୍ତା ସାଇବର କ୍ରାଇମ ବାବଦରେ ଅତ୍ୟନ୍ତ ହୃଦୟ ସ୍ପର୍ଶି ଅଭିଭାଷଣ ଦେଇଥିଲେ l ଇଂରାଜୀ ଅଧ୍ୟାପକ ଦୁର୍ଯୋଧନ ବିଶୋଇ ମଞ୍ଚ ପରିଚାଳନା କରିଥିବା ବେଳେ ଓଡ଼ିଆ ଅଧ୍ୟାପକ ସଦାନନ୍ଦ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ l ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ରେ ଡିଗ୍ରୀ ମହାବିଦ୍ୟାଳୟ ର ଇତିହାସ ଅଧ୍ୟାପକ ମଦନ ମୋହନ ସାହୁ, ଅର୍ଥନୀତି ଅଧ୍ୟାପିକା ସ୍ଵାତି ପଧାନ, ମୂଖ୍ୟ କିରାଣୀ ଭକ୍ତ ବନ୍ଧୁ ପଧାନ, କଲେଜ ପିଅନ ଚଉବନ ପଧାନ, ବୁଦ୍ଧଦେବ ପଧାନ, ଡାଟା ଏଣ୍ଟ୍ରି ଅଫିସର ଧର୍ମେନ୍ଦ୍ର ପଧାନ, ରାତ୍ର ଜଗୁଆଳି ବିଶ୍ୱନାଥ ଭୋଇ, ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l ସାଇବର ଅପରାଧୀଙ୍କ ଠାରୁ କେମିତି ସୁରକ୍ଷା ପାଇବା ସେହି ଉପରେ ଛାତ୍ରୀ ଛାତ୍ର ମାନଙ୍କୁ ନେଇ ବକ୍ତୃତା, ପ୍ରବନ୍ଧ, କୁଇଜ ପ୍ରତିଯୋଗିତା କରାଯାଇଥିଲା l କୃତି ଛାତ୍ରୀ ଛାତ୍ର ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଗଲା l