ବସୁଧା ଯୋଜନାରେ ଟ୍ୟାଙ୍କ ନିର୍ମାଣ ର ଚାରିବର୍ଷ ପରେ ମଧ୍ୟ ମିଳୁନାହିଁ ବୋରଗୁଡାବାସୀ ଙ୍କୁ ବିଶୁଦ୍ଧ ପାନୀୟ ଜଳ।
କଳାହାଣ୍ଡି, ୧୦ / ୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ବିଶୁଦ୍ଧ ପାନୀୟ ଜଳ ସମସ୍ତ ମାଁ ଙ୍କ ପାଖରେ ଦୁଆର ମୁହଁରେ ପହଞ୍ଚାଇବାର ଥିଲା ଲକ୍ଷ୍ୟ। ହେଲେ ବସୁଧା ଯୋଜନାରେ ୪ବର୍ଷ ହେବ ନିର୍ମାଣ ହୋଇ କାର୍ଯ୍ୟକାରୀ ହୋଇପାରୁନାହିଁ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଳକ ବୋରଭଟା ଗାଁ ଆଜି ମଧ୍ୟ ବହୁଧା ଅପେକ୍ଷାରେ...ବିସୁଦ୍ଧ ବସୁଧା ଧୋକା , ଠିକାଦାର, ବିଭାଗୀୟ ଯନ୍ତ୍ରୀ ଙ୍କ ନିମ୍ନମାନର କାମ ପାଇଁ ଅଧାପନ୍ତରିଆ ବସୁଧା ଯୋଜନା।ଓଭରହ୍ୟାଡ ଟ୍ୟାଙ୍କ ନିର୍ମାଣ ସରିଛି।ପାଇପ ପୋତା ହେବା ସମୟରେ ପୁର୍ତ୍ତ ବିଭାଗ ପକ୍ଷରୁ ରାସ୍ତାକାମ କରୁଥିବା ବଣ୍ଟିବାବୁ ନାମକ ଠିକାଦାର ପାଇପ କୁ ନଷ୍ଟ କରିଦେଲା ବୋଲି କଥା ସରିଲା।କାର୍ଯ୍ୟାରମ୍ଭ କୁ ୪ବର୍ଷ ନିର୍ମାଣ କାମସାରି ୩ ବର୍ଷପରେ ମଧ୍ୟ ବୋରଭଟା ଗାଁ କୁ ବିଶୁଦ୍ଧ ପାନୀୟ ଜଳ ସ୍ବପ୍ନ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଳକ କାମଠଣା ପଞ୍ଚାୟତ ର ବୋରଭଟା ଗାଁ, ଗାଁ ରେ ୨୦୦ ପରିବାର ବସବାସ କରନ୍ତି। ନଳକୂପ ର ପାଣି ଓ ପାଖ ନଦୀ ପାଣି ଉପରେ ନିର୍ଭର କରନ୍ତି। ଦୁଇ ବିଭାଗ ମଧ୍ୟରେ ଚାଲିଛି ଦୋଷ ଲଦାଲଦି। RWSS ବିଭାଗ, PWD ବିଭାଗ କୁ ଦୋଷ ଦଲାଦଲି ହୋଇ ଚାଲିଛି।ହେଲେ କୋଟି କୋଟି ବ୍ୟୟରେ ନିର୍ମିତ ବସୁଧା ର ବିଶୁଦ୍ଧ ପାନୀୟ ଜଳ ଗ୍ରାମବାସୀ ଙ୍କ ପାଇଁ ସ୍ବପ୍ନ ପାଲଟିଛି।ଅନ୍ୟପଟେ ଗାଁ ରେ ବିଛା ହୋଇଥିବା ପାଇପ ଓ ଟ୍ୟାପ ର ବିଭିନ୍ନ ସ୍ଥାନରେ କନେକ୍ସନ ହୋଇନାହିଁ। ନିମ୍ନମାନର କାମ କରି ଚୁପ୍ ବସିଛି ବିଭାଗ। ଘର ଦୁଆର ମୁହଁରେ ଟେପ୍ ଅଛି କିନ୍ତୁ ଲୋକେ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି । କାଲେ ପାଣି ଛାଡିଦେଲେ ନିମ୍ନମାନର କାମ ଧରାପଡିବ। ନିମ୍ନମାନର କାମ ଆଉ ଦୋଷ ଦଲାଦଲି ପାଇଁ ବୋରଭଡା କୁ ମିଳୁନାହିଁ ବିଶୁଦ୍ଧ ପାନୀୟ ଜଳ। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଜଳଯୋଗାଣ ବିଭାଗ ଏଥିପ୍ରତି ଦୃଷ୍ଟି ଦେଲେ ଗାଁ ପ୍ରତ୍ୟେକ ଘର ଦୁଆର ମୁହଁରେ ପହଞ୍ଚିବ ବିଶୁଦ୍ଧ ପିଇବା ପାଣି।
କଳାହାଣ୍ଡିରୁ ସ୍ୱତନ୍ତ୍ର ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁଙ୍କ ରିପୋର୍ଟ,