Hot Posts

6/recent/ticker-posts

ଏମ ଏସ ମେଡ଼ାକ୍ସ ହସ୍ପିଟାଲ ର ଦ୍ୱତୀୟ ବାର୍ଷିକ ଉତ୍ସବ

ଭବାନୀପାଟଣା, ୧୦ / ୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅଧୀନରେ ଥିବା ଏମ ଏସ ମେଡ଼ାକ୍ସ ହସ୍ପିଟାଲ ର ଦ୍ୱତୀୟ ବର୍ଷ ପୂର୍ତ୍ତି ଅବସରରେ ମେଡ଼ାକ୍ସ ହସ୍ପିଟାଲ ଏମ,ଡି, ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ଓ ପ୍ରଗତି କଲେଜ ର ଚ୍ୟାରମେନ ଅଜୟ କୁମାର ପଣ୍ଡା ଙ୍କ ନେତୃତ୍ୱରେ ଦ୍ୱତୀୟ ବର୍ଷର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ସିଡିଏମଓ, ନିହାରେନ୍ଦ୍ର କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଭାବେ ପ୍ରଭାସ ଚନ୍ଦ୍ର ମିଶ୍ର ଉପସ୍ଥିତି ରେ ଭଗବାନଙ୍କ ଫୋଟୋ ଚିତ୍ରରେ ପୂଜାର୍ଚ୍ଚନା କରି ଦୀପ ପ୍ରଜ୍ୱଳନ କରିଥିଲେ । ଏହି ହସ୍ପିଟାଲ ରେ ଦୁଇ ବର୍ଷ ହେଲା ରୋଗୀ ମାନଙ୍କର ଚିକିତ୍ସା ରେ ଡାକ୍ତର ମାନେ କୌଣସି ପ୍ରକାର ରେ ଅବହେଳା କରିନାହାନ୍ତି । ଆଗକୁ ଏମିତି ରୋଗୀ ମାନଙ୍କ ସେବା କରିଚାଲନ୍ତୁ ବୋଲି ଅତିଥିମାନେ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ମାର୍କେଟିଙ୍ଗ ମ୍ୟାନେଜର ମୋହନ ପୁଟେଲ ସହଯୋଗ କରିଥିବା ମେଡ଼ାକ୍ସ ହସ୍ପିଟାଲ ର ସମସ୍ତ ଡାକ୍ତର ଓ କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ଶୁଭଶ୍ରୀ ଓ ସୁନନ୍ଦା ମଞ୍ଚପରିଚାଳନା କରିଥିଲେ ।


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ