Hot Posts

6/recent/ticker-posts

ବରୀରେ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ

ବରୀ, ୧୦ / ୧୦ ( ରଂଜିତ ମହାନ୍ତି ) : ଯୁଧୁଷ୍ଠିର ତ୍ରିପାଠୀ ମେମୋରିଆଲ କମଳା ହୋମିଓ ଚାରିଟେବୁଲ ଟ୍ରଷ୍ଟ ଓ କମ ସେବା ସଦନ ମିଳିତ ଆନୁକୁଲ୍ୟରେ ବରୀ ବ୍ଲକ୍ ଅରଙ୍ଗାବାଦ ଚତରଠାରେ ଟ୍ରଷ୍ଟର ସଭାଗୃହରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଗୁରୁବାର ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଯୁବ ଜ୍ୟୋତିର୍ବିଦ ତଥା ସ୍ତମ୍ଭକାର ଅମୂଲ୍ୟ କୁମାର ପଣ୍ଡା ଉଦ୍‌ଘାଟନ କରିଥିଲେ। ଜୟନ୍ତୀ ସମାରୋହର ଆବାହକ ବିଶ୍ବନାଥ ତ୍ରିପାଠୀ ଅତିଥ୍ ପରିଚୟ ପ୍ରଦାନ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ। ଏଥିସହିତ ଗୋପବନ୍ଧୁଙ୍କ ପରୋପକାର, ସାହିତ୍ୟ ସାଧନା, ସେବାପରାୟଣତା ଆଦର୍ଶ ବ୍ୟକ୍ତି ନିର୍ମାଣରେ ସହାୟକ ହେବବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟଅତିଥିଭାବେ ପୂର୍ବତନ ସେନା କର୍ମଚାରୀ ମଦନମୋହନ ପତି, ସମ୍ମାନିତ ଅତିଥ୍ ଭାବେ ଅଜୟ ସାହୁ, ଭୂପତି ମଲ୍ଲିକ, କଳାମାଟିଆ ମଠର ମଠାସ ଶ୍ୟାମସୁନ୍ଦର ଦାସଜୀ ମହାରାଜ ରାଜ, ଟ୍ରଷ୍ଟର ଅଧ୍ଯକ୍ଷା ଷା ଚଞ୍ଚଳା ତ୍ରିପାଠୀ ଯୋଗଦେଇ ଗୋପବନ୍ଧୁଙ୍କ ସାହିତ୍ୟ, ସମାଜସେବା, ସାମ୍ବାଦିକତା, ସତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଏବଂ ଶିକ୍ଷା କ୍ଷେତ୍ରରେ ନୈତିକ ମୂଲ୍ୟବୋଧ ଭିତ୍ତିକ ଦୃଷ୍ଟି କୋଣ ବିଷୟରେ ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମରେ ସଂୟସମ୍ପୂର୍ଣ୍ଣା ତ୍ରିପାଠୀ, ବିପ୍ଳବ ସାମଲ, କୃଷ୍ଣଚନ୍ଦ୍ର ଧଳ, କାହ୍ନୁଚରଣ ନାୟକ, ପ୍ରତିଭା ତ୍ରିପାଠୀ, ଚିତ୍ତରଞ୍ଜନ ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ। ହରପ୍ରସାଦ ପଣ୍ଡା ଧନ୍ୟବାଦ ଦେଇଥିଲେ। 


ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ