Hot Posts

6/recent/ticker-posts

ଭବାନୀ ପାଟଣା ବ୍ଲକ ଯାଦବ ମହାସଭାର ସାଂଗଠାନିକ ଓ ନିର୍ବାଚନୀ ସଭା ଅନୁଷ୍ଠିତ

ଭବାନୀପାଟଣା, ୨୫ / ୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ବ୍ଲକ ଦ୍ଵାରସୁନି ଗ୍ରାମ ପଞ୍ଚାୟତ ଅଧିନସ୍ତ ସଂକ୍ରିଗୁଡ଼ା ସ୍ଥିତ କଳାହାଣ୍ଡି ଜିଲ୍ଲା ଯାଦବ ଭବନ ଠାରେ ଭବାନୀ ପାଟଣା ସଦର ବ୍ଲକ ଯାଦବ ମହାସଭାର ସାଂଗଠାନିକ ଓ ନିର୍ବାଚନୀ ସଭା ବ୍ଲକ ସଭାପତି ଲିଙ୍ଗରାଜ ଗହୀରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସଦର ବ୍ଲକ ସମ୍ପାଦକ କୀର୍ତ୍ତିଚନ୍ଦ୍ର ଗୌଡ ଉପସ୍ଥିତ ସମସ୍ତ ଯାଦବ ବନ୍ଧୁ ମାନଙ୍କୁ ସ୍ଵାଗତ ଜଣେଇ ଥିଲେ। ସଭାରେ ନୃପରାଜ ଯାଦବ ସଭାପତି ଜିଲ୍ଲା ଯାଦବ ମହାସଭା କଳାହାଣ୍ଡି, କୀର୍ତ୍ତନ ନାଏକ ପୁର୍ବତନ ସଧାରଣ ସମ୍ପାଦକ ଉତ୍କଳ ଯାଦବ ମହାସଭା, ଗିରିଧାରୀ ଗଉଡ ସଭାପତି ଅଭର୍ଥନା କମିଟି ଜିଲ୍ଲା ଯାଦବ ମହାସଭା,ତ୍ରିପୁରା ନାଏକ ସମ୍ପାଦକ୍ ଅଭର୍ଥନା କମିଟି ଜିଲ୍ଲା ଯାଦବ ମହାସଭା ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀତ୍ରିପୁରା ନାଏକ ସମ୍ପାଦକ ଜିଲ୍ଲା ଯାଦବ ମହାସଭା ଅଭର୍ଥନା ସମିତି ନିର୍ବାଚନ ପରିଚାଳନା କରିଥିଲେ।ନୂତନ ଭାବେ ଶ୍ରୀଦେବରାଜ ଗହୀର, ସଭାପତି, ଶ୍ରୀରଥୁରାମ ବାଗ ସଧାରଣ ସମ୍ପାଦକ, ଶ୍ରୀମଳୟ କୁମାର ଗଉଡ କୋଷାଧ୍ୟକ୍ଷ,ଶ୍ରୀ ରୋଷନ୍ ଲାଲ ଛତର ଉପ ସଭାପତି ବୋର୍ଡା ଜୋନ, ଶ୍ରୀରାଜୀବ ଯୁଆଡ ଉପସଭାପତି କର୍ଲାପଡା ଜୋନ, ଉପେନ୍ଦ୍ର ଚଲାନ ଉପସଭାପତି କୁଟ୍ରୁଖମାର ଜୋନ, ଝସକେତନ ଗଉଡ ଉପ ସଭାପତି ମେଦିନୀ ପୁର ଜୋନ, ହାତୀରାମ ଜୁଆଡ ଓ ଚନ୍ଦ୍ରଶେଖର ଵାଗ ସହସଂପାଦକ ଭାବରେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ। ସଂଗଠନ ଓ ନିର୍ବାଚନ ସଭାରେ ସଦର ବ୍ଲକର ଆଞ୍ଚଳିକ ସଭାପତି, ସମ୍ପାଦକ,ଯୁବଗୋଷ୍ଠୀ ତଥା ଜାତିପ୍ରେମୀ ଯାଦବବନ୍ଧୁ ପ୍ରମୁଖ ଉପସ୍ଥିତ ଥିଲେ। ନିର୍ବାଚିତ କର୍ମକର୍ତ୍ତାଙ୍କୁ ଗିରିଧାରୀ ଗଉଡ ଶପଥ ପାଠ କରାଇଥିଲେ।ଶ୍ରୀଜଗଦୀଶ ଯାଦବ ସଭା ପରିଚାଳନା କରିଥିବା ବେଳେ ଶ୍ରୀତୁଲମଣି ନାଗ ଯୁବ ସାମ୍ବାଦିକ ତଥା କୋଷାଧ୍ୟକ୍ଷ ଜିଲ୍ଲା ଯାଦବ ମହାସଭା କଳାହାଣ୍ଡି ଧନ୍ୟବାଦ୍ ଅର୍ପଣ ପରେ ସଭା ସାଂଗ କରାଯାଇଥିଲା

 କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ରିପୋର୍ଟ୍