ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ
କର୍ଲାମୁଣ୍ଡା, ୦୧/୧୦ (ସୁଶାନ୍ତ ରଣା) : ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ମୋ ଭାରତ କଳାହାଣ୍ଡି ଶାଖା ତରଫରୁ ମ.ରାମପୁର ବ୍ଲକ ରାମ କ୍ରିଷ୍ଣା ଅନାଥ ଆଶ୍ରମ ପରିସରରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ବୁଧବାର ପାଳନ କରାଯାଇଛି I ବରିଷ୍ଠ ନାଗରିକମାନଙ୍କର ଅବଦାନ, ଜ୍ଞାନ, ସମ୍ମାନ ଏବଂ ଆବଶ୍ୟକତାକୁ ସ୍ୱୀକାର କରିବା I ବୟସ୍କ ଲୋକମାନେ ସର୍ବଦା ଆମକୁ ସଠିକ ମାର୍ଗ ଦେଖିବା ସହିତ ଆମକୁ ସୁରକ୍ଷା ଦିଅନ୍ତି I ଜୀବନରେ ପ୍ରତ୍ୟେକ ଭୁଲ ଠିକର ବିଚାର ମଧ୍ୟ କରିଥାନ୍ତି I ଆମକୁ ଛୋଟରୁ ବଡ କରିବା ସହିତ ଆମର ସବୁ ଅଳି ସହିଥାନ୍ତି I ବୟସ୍କ ଲୋକମାନଙ୍କର ଭୂମିକା ଆମ ଜୀବନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତାମତ ଦେଇଥିଲେ I ପରେ ଅନାଥ ବୃଦ୍ଧ ଲୋକମାନଙ୍କୁ ନେଇ ସଙ୍ଗୀତ ଓ ବନ୍ଧୁମିଳନ ଭଳି ମନରଞ୍ଜନ କାର୍ଯ୍ୟକ୍ରମ କରାଯାଇଥିଲେ I ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାମକ୍ରୀଷ୍ଣା ଆଶ୍ରମ ସମ୍ପାଦକ ସ୍ୱାମୀ ଅଶୋକ ନନ୍ଦଜୀ, ସହ ସମ୍ପାଦକ ସ୍ୱାମୀ ବିରେଶ ନନ୍ଦଜୀ, ମୁଖ୍ୟବକ୍ତା ଭାବେ ମ.ରାମପୁର ରାଜା ତଥା ପୂର୍ବତନ ଅଧ୍ୟକ୍ଷ ବୁଧେନ୍ଦ୍ର ପ୍ରତାପ ସିଂ ଦେଓ, ଡାକ୍ତର ଲୋକନାଥ ସାହୁ, ପ୍ରକୃତି ବନ୍ଧୁ ଲଳିତ ମୋହନ ଭୋଇ ଉପସ୍ଥିତ ଥିଲେ I ଯୁବକବି ଉଦେୟନାଥ ଭୋଇ ମଞ୍ଚ ପରିଚାଳନା କରିଥିବା ବେଳେ କଳାରୁଦ୍ର ଯୁବକ ସଂଘ ହଜାରୀପଡାର ସମ୍ପାଦକ ଅରବିନ୍ଦ ସାହୁ, ଉପସଭାପତି କବିରାଜ ସାହୁ, କୋଷାଧ୍ୟକ୍ଷ ହରପ୍ରସାଦ ସାହୁ, ବିକାଶ ସାହୁ, ଭୈରବ ଶଙ୍କର ସାହୁ, ଅଜିତ ସାହୁ, କଲ୍ୟାଣୀ ସାହୁ, ଉମାକାନ୍ତି ସାହୁ, ଦୀପାଞ୍ଜଳି ସାହୁ, ରେଖାଞ୍ଜଳି ସାହୁ, ବୀଣାପାଣି ସାହୁ, ଦମୟନ୍ତୀ ସାହୁ, ସୃତି ସାହୁ ସମେତ କଳାରୁଦ୍ର ଯୁବକ ସଙ୍ଘର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ଶେଷରେ ପ୍ରକୃତି ବନ୍ଧୁ ସନତ କୁମାର ସାହୁ ସମସ୍ତଙ୍କୁ ହୃଦୟର ସହିତ ଧନ୍ୟବାଦ ଅର୍ପଣ କରିଥିଲେ I