Hot Posts

6/recent/ticker-posts

ଦୁର୍ଘଟଣା ଗ୍ରସ୍ତ ଇନୋଭା କାର୍ ରୁ ଗଞ୍ଜେଇ ଜବତ

ରାୟଗଡ଼ା, ୨୬/୧୦ ( ଭି. ଗୌରୀଶଙ୍କର ରାଓ ) : ରାୟଗଡ଼ା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ ଡୁମୁରିନେଳି ଗ୍ରାମ ପଞ୍ଚାୟତର ଦଣ୍ଡାପଡା ଗ୍ରାମ ନିକଟରେ ଏକ ଗଞ୍ଜେଇ ବୋଝେଇ ଇନୋଭା କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି | ଦୁର୍ଘଟଣାରେ ଗାଡି ଡ୍ରାଇଭର ସାମନ୍ୟ ଆହତ ହୋଇଛି। ଘଟଣାରୁ ପ୍ରକାଶ ଯେ, ଏକ ଇନୋଭା । କାର୍ (ଏଚ୍ଆର୍ ୭୦ ବି.୯୪୪୪)ରେ ଗଞ୍ଜେଇ ଚାଲାଣ ହେଉଥିବା । ନେଇ ଜିଲ୍ଲାର ଗୁଡାରି ଥାନା ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ଗାଡି ଯାଞ୍ଚ ଚଳାଇଥିବା ବେଳେ ଏହି ସମୟରେ ଉକ୍ତ ଇନୋଭା କାର୍‌କୁ ଅଟକାଇବାରୁ ଗାଡି ଡ୍ରାଇଭର ଗାଡିଟିକୁ ଦ୍ରୁତ ଗତିରେ ନେଇ ସେଠାରୁ ଚମ୍ପଟ ମାରିଥିଲା। ଫଳରେ ଗୁଡାରି ପୁଲିସ ସନ୍ଦେହ ଦୃଢିଭୂତ ହେବାରୁ ଗୁଡ଼ାରୀ ଥାନା ଅଧିକାରୀ ସମର୍ପିତା ସ୍ବାଇଁଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ୍‌ର ଏକ ଟିମ୍ ଇନୋଭାର ପିଛା କରିଥିଲେ | ଗାଡିଟି ବିଷମ କଟକ ଥାନା ଅଧୂନ ଅଞ୍ଚଳରେ ପ୍ରବେଶ କରିଥିବାରୁ ବିଷମ କଟକ ପୁଲିସ୍ ସହ ଯୋଗାଯୋଗ କରିଥିଲେ ଗୁଡ଼ାରୀ ପୋଲିସ । ଗାଡିଟି ଦୁର୍ଗୀ ଗ୍ରାମ ପାର କରି ଡୁମୁରିନେଳି ଗ୍ରାମପଞ୍ଚାୟତ ରାସ୍ତାରେ ଚାଲିଯାଉଥିବା ବେଳେ ଦଣ୍ଡାପଡା ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ ଡ୍ରେନ୍‌ରେ ଫସି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ଗାଡି ଡ୍ରାଇଭାର ସାମନ୍ୟ ଆହତ ହୋଇଛି।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ଡ୍ରାଇଭରକୁ ଉଦ୍ଧାର କରିବା ସହ ଗାଡି ଟିକୁ ଜବତ କରିଛି। ଡ୍ରାଇଭରକୁ ଗୋଷ୍ଠୀ ସ୍ବାସ୍ଥ୍ୟ ବେ କେନ୍ଦ୍ରରେ ଚିକିତ୍ସା ଚିକିତ୍ସା କରାଇଥ‌ିବା ବେଳେ ଗାଡିରେ ଗଞ୍ଜେଇ ରହିଥିଲା। ଦୁର୍ଘଟଣାଗ୍ରସ୍ତ ଗାଡିକୁ ବିଷମ କଟକ ପୋଲିସ୍ ଉଦ୍ଧାର କରି ବିଷମ କଟକ ଥାନାକୁ ଆଣି ଏକ ଗଞ୍ଜେଇ ଚୋରା ଚାଲାଣ ମାମଲା ରୁଜୁ କରିଥିବା ଜଣାପଡିଛି। ମାଜିଷ୍ଟ୍ରେଟ ଉପସ୍ଥିତିରେ ଗାଡିରୁ ଗଞ୍ଜେଇ ବାହାର କରି ଓଜନ କରାଯିବା ପରେ କେତେ ପରିମାଣ ଗଞ୍ଜେଇ ରହିଛି ଏବଂ ଏହି ଗଞ୍ଜେଇ କେଉଁ ଠାରୁ କେଉଁ ସ୍ଥାନକୁ ଯାଉଥିଲା ଏବଂ ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ଆହତ ଡ୍ରାଇଭରକୁ ଜେରା କରିବା ପରେ ସ୍ପଷ୍ଟ ହେବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଗାଡ଼ିରେ ୫ ଲକ୍ଷ ଟଙ୍କାର ୫୦କେଜିରୁ ଅଧୂକ ଗଞ୍ଜେଇ ଚୋରା ଚାଲାଣ ହେଉଥ‌ିବା ଶୁଣିବାକୁ ମିଳିଛି।



‎ରାୟଗଡା ରୁ ବାଲା ଗୌରୀ ଶଙ୍କର ରାଓ