ରେଳ ଷ୍ଟେସନରେ ଦିବ୍ୟାଙ୍ଗ ସୁବିଧା ପାଇଁ ଉଠିଲା ଆବାଜ, ଡିଆରଏମ୍ ଅମିତାଭ ସିଂଘଲ ଙ୍କୁ ଦାବି ପତ୍ର ପ୍ରଦାନ
ରାୟଗଡା, ୨୫/୧୦ ( ଭି. ଗୌରୀଶଙ୍କର ରାଓ ) : ଓଡ଼ିଶା ବିକଳାଙ୍ଗ ମଞ୍ଚ, ରାୟଗଡା ଜିଲ୍ଲା ଶାଖା ତରଫରୁ ଡିଆରଏମ୍/ତଥା ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଅମିତାଭ ସିଙ୍ଘଲକୁ ବିଭିନ୍ନ ଦାବି ସମ୍ବଳିତ ଦରଖାସ୍ତ ପ୍ରଦାନ କରାଯାଇଅଛି । ରାୟଗଡା ରେଳ ଷ୍ଟେସନରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସୁବିଧା ଏବଂ ସୁଗମତା ପାଇଁ ଓଡ଼ିଶା ବିକାଶ ମଞ୍ଚର ରାୟଗଡ଼ ଶାଖା ସମ୍ପାଦକ ଶ୍ରୀ ଜଳନ୍ଧର ବାଚେଲି, ରାୟଗଡ଼ ଆଦିବାସୀ ମହାସଂଘ (ରାଆମ)ର ଜିଲ୍ଲା ସଭାପତି ଶ୍ରୀ ବିଜୟ କୁମାର ମେଲାକା, ଓଡିଶା ବିକଳାଙ୍ଗ ମଞ୍ଚର କାର୍ଯ୍ୟ ନିର୍ବାହୀ ସଦସ୍ୟ ଶ୍ରୀ ରଘୁନାଥ ପାତ୍ର ସଦୟ ଆଜି ଅପରାହ୍ନ ୧୨ ଘଟିକା ସମୟରେ ରାୟଗଡା ରେଳ ଷ୍ଟେସନରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ (PwDs) ଆବଶ୍ୟକତା ବିଷୟରେ ଆପଣଙ୍କ ଦୃଷ୍ଟିକୁ ଆଣିବା ପାଇଁ ଲିଖିତ ଦାବୀ କରାଗଲା । ଷ୍ଟେସନ ମଧ୍ୟରେ ସହଜ ଗତିବିଧି ପାଇଁ ସୁଗମତା ଇ-ରିକ୍ସା କିମ୍ବା ବ୍ୟାଟେରୀ ଯାନ ଯୋଗାଇବା, ଅକ୍ଷମତା କୋଚ୍ ସୂଚନା ପ୍ରଦାନ ସହିତ ଦିବ୍ୟାଙ୍ଗମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱକୁ ଏଡାଇବା ପାଇଁ, ଟ୍ରେନ ଗୁଡ଼ିକରେ ଦିବ୍ୟାଙ୍ଗ ଟ୍ରେନ ବୋଗିର ସ୍ଥାନ ବିଷୟରେ ସ୍ପଷ୍ଟ ସୂଚନା ପ୍ରଦାନ କରିବା, ଇଞ୍ଜିନ ନିକଟରେ କିମ୍ବା ଶେଷ କୋଚ ଥିବା ନେଇ ସୂଚନା ଦେବା । ଷ୍ଟେସନ ପରିସରରେ ସଂରକ୍ଷିତ ପାର୍କିଂ ସ୍ଥାନ ବଣ୍ଟନ, ଚୋରି ରୋକିବା ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସିସିଟିଭି କ୍ୟାମେରା ସଂଯୋଗ, ଦିବ୍ୟାଙ୍ଗ ଯୁବଗୋଷ୍ଠୀଙ୍କୁ ବ୍ୟବସାୟ ପାଇଁ ଷ୍ଟଲ୍ କିମ୍ବା ଭେଣ୍ଡିଂ ସୁଯୋଗ ପ୍ରଦାନ, ଯାହା ଅର୍ଥନୈତିକ ସଶକ୍ତିକରଣ ଏବଂ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହିତ କରିବ । ଭିନ୍ନକ୍ଷମ ସହାୟତା ଡେସ୍କ ସ୍ଥାପନ, ଷ୍ଟେସନରେ ଏକ ଉତ୍ସର୍ଗୀକୃତ ଦିବ୍ୟାଙ୍ଗ ସହାୟତା ଡେସ୍କ ପ୍ରତିଷ୍ଠା କରିବା ଦ୍ବାରା ଟିକେଟ କ୍ରୟ ସହଜ କରିବା ଇତ୍ୟାଦି । ଏହି ଦାବିଗୁଡ଼ିକ ଭିନ୍ନକ୍ଷମ ଅଧିକାର ଆଇନ, 2016 ଏବଂ ସୁଗମତାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ରେଳବାଇର ପଦକ୍ଷେପ କାର୍ଯ୍ୟକାରୀ କରିବା ଦ୍ୱାରା ଦିବ୍ୟାଙ୍ଗତା ପାଇଁ ଯାତ୍ରା ସଫଳ, ସୁନ୍ଦର ଓ ସୁଗମ ହେଇପାରିବ । ଏହି ଦାବିଗୁଡ଼ିକ ଉପରେ ବିଚାର କରିବା ପରେ ଦାବୀ ପୂରଣ କରିବା ପାଇଁ ମଣ୍ଡଳ ରେଳ ପ୍ରବନ୍ଧକ ପ୍ରତିଶ୍ରୁତି ଦେଇଛନ୍ତି । ଏଠାରେ ଅନ୍ୟାନ୍ୟ ଅଧିକାରୀ ମଧ୍ୟ ସାମିଲ୍ ଥିଲେ ।