Hot Posts

6/recent/ticker-posts

ଭାରତମାଲା ରାସ୍ତାରେ ମାର୍ମନ୍ତାକ ସଡକ ଦୁର୍ଘଟଣାରେ ଦୁଇ ମୃତ

ରାଇଘର, ୨୬/୧୦ ( ନକୁଳ ଭାତ୍ର ) : ଭାରତମାଲା ରାସ୍ତାରେ ମର୍ମନ୍ତୁକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ର ଘଟଣାସ୍ଥଳରେ ମୂର୍ତ୍ ଘଟିଛି।ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଦେବାଗାଁ ପଞ୍ଚାୟତ ର କୁରୁବେଲା ଗ୍ରାମ ନିକଟସ୍ଥ ଭାରତମାଲା ରାସ୍ତା ଉପରେ ତିନି ଦିନଧରି ଖରାପ ହୋଇ ଏକ ଟ୍ରକ ଯାହାର ନମ୍ୱର( ଏପି 30 ଟିଏ 8166) ଟ୍ରକ ଟି ରାସ୍ତା ଉପରେ ଛିଡା ହୋଇଥିବା ବେଳେ ସେହି ଟ୍ରକ ପଛପଟେ ଉମରକୋଟ ରୁ ନିଜ ଘରକୁ ଫେରୁଥିବା ବେଳେ ଦ୍ରୁତ ଗତିରେ ମଟର ସାଇକେଲ ଯାହାର ନମ୍ୱର( ଓ ଅର୍ 24 ସି 2430) ଗାଡ଼ିରେ ଦୁଇଜଣ କଚରାପାରା ଆଦିବାସୀ ଗ୍ରାମର ଅନ୍ତୁ ଗୋଣ୍ଡ ଙ୍କ ପୁଅ ରୋଇତ ଗଣ୍ଡ ବୟସ ( 23)ଏବଂ ସନାତ୍ ରାମ ପାଣ୍ଡେ ଙ୍କ ପୁଅ ରାଜୁ ପାଣ୍ଡେ ଯାହାଙ୍କ ବୟସ (21) ବର୍ଷ ଉମରକୋଟ କୁ କୌଣସି କାମ କୁ ଯାଇଥିବା ବେଳେ ଗତ କାଲି ଦିନ 3ଟା ବେଳେ ନିଜ ଫେରୁଥିବା ବେଳେ ଦୁଇଜଣ ଟ୍ରକ୍ ରେ ପିଟିହୋଇ ଚକ ଭିତରେ ପଶି ଯିବା ପଲରେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ ହୋଇଛି।ଘଟଣା ଖବର ପାଇ ରାଇଘର ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ କେସ ନମ୍ୱର 223/25 ରେ ମାମଲା ରୁଜୁ କରି ଆମ୍ବୁଲାନ୍ସ ଯୋଗେ ରାଇଘର ମେଡିକାଲ ରେ ପଠେଇ ତଦନ୍ତ ଜାରି ରଖିଛିନ୍ତି।