Hot Posts

6/recent/ticker-posts

୨୭.୧୦.୨୦୨୫ ରୁ ୨.୧୧.୨୦୨୫ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫ ପାଳନ

ନବରଙ୍ଗପୁର, ୨୯ / ୧୦ ( ଶେଖର ଖୁରା ) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଏବଂ ଦୁର୍ନୀତି ନିବାରଣ ବିଭାଗ ତରଫରୁ ଗତ ୨୭.୧୦.୨୦୨୫ ତାରିଖ ରୁ ୨.୧୧.୨୦୨୫ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଗତ ୨୭ ୧୦.୨୦୨୫ ତାରିଖ ଦିନ କୋଷାଗୁମୁଡ଼ା ବ୍ଲକ୍ ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅବସର ରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଉପସ୍ଥିତ ସମସ୍ତ ସରକାରୀ ଅଧିକାରୀ ସାଧୁତା ର ଶପଥ ପାଠ କରିଥିଲେ। ଏହା ସହିତ ଜିଲ୍ଲାର ସମସ୍ତ ବ୍ଲକ,ତହସିଲ,ଜିଲ୍ଲା କାର୍ଯ୍ୟଳୟ,ପୌରପାଳିକା,ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀ ଗଣ ସାଧୁତା ର ଶପଥ ପାଠ କରିଥିଲେ। ଅଶୋକ ମେହେଟା ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବିଶ୍ଵଜିତ ବର୍ମନ୍ ଏବଂ ତପନ କୁମାର ଖୁଣ୍ଟିଆ, ଡି ଆଇ ପି ଆର୍ ଓ ମନୋଜ ବେହେରା ଙ୍କ ସମେତ ଜିଲ୍ଲାପାଳ କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀ ଶପଥ ପାଠ କରିଥିଲେ।ଏହି ସପ୍ତାହ ପାଳନ ଅବସରରେ ସମସ୍ତ ବ୍ଲକ ମାନଙ୍କ ରେ ସଚେତନତା ଗ୍ରାମ ସଭା,ପଦଯାତ୍ରା, ସ୍କୁଲ କଲେଜ ଛାତ୍ର ଛାତ୍ରୀ ମଧ୍ୟରେ ପ୍ରତିଯୋଗିତା,ସଭା ଓ ପୁରସ୍କାର ବିତରଣ ଉତ୍ସବ ପାଳନ ହେଉଅଛି।
ପ୍ରତ୍ୟେକ ବ୍ଲକ ରେ ଅନୁଷ୍ଠିତ ବ୍ଲକ୍ ସ୍ତରୀୟ କାର୍ଯ୍ୟକ୍ରମରେ ବିଡ଼ିଓ,ତହସିଲଦାର,ବ୍ଲକ୍ ସ୍ତରୀୟ ଅଧିକାରୀ ଭିଜିଲାନ୍ସ ଡି ଏସ ପି ଜୟଶ୍ରୀ ପ୍ରଧାନ ଙ୍କ ଉପସ୍ଥିତ ରହି ଦୁର୍ନୀତି ବିରୁଦ୍ଧରେ ସଚେତନତା ସୃଷ୍ଟି କରୁଛନ୍ତି। ଦେଶର ଆର୍ଥିକ,ସାମାଜିକ ପ୍ରଗତି ପଥରେ ଦୁର୍ନୀତି ହିଁ ବଡ ପ୍ରତିବନ୍ଧକ,ଏଣୁ ଏହାର ସମୁଲେ ବିନାଶ ପାଇଁ ସାଧୁତା ଓ ସ୍ୱଚ୍ଛତା କୁ ପାଥେୟ କରି ସେବା ମନୋଭାବ ର କାର୍ଯ୍ୟ କରିବାକୁ ଆହ୍ବାନ କରାଯାଉଅଛି।ଚଳିତ ବର୍ଷ "ଦୁର୍ନୀତି ନିବାରଣ: ଆମର ସାମୁହିକ ଦାୟିତ୍ଵ "ବିଷୟ ବସ୍ତୁ ରହିଛି। ଗତ କାଲି ୨୮.୧୦.୨୦୨୫ ରିଖ ସ୍ଥାନୀୟ ଓସୱାନ ହଲ ରେ ଜିଲ୍ଲାପାଳ,ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଲୋକସେବା ଭବନ କନଭେନ୍ସନ୍ ସେଣ୍ଟର ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାର୍ତ୍ତା ଓ ସିଧା ପ୍ରସାରଣ କାର୍ଯ୍ୟକ୍ରମକୁ ଦେଖିଥିଲେ ଏବଂ ସାଧୁତା ଓ ସଚ୍ଚୋଟତା ର ଶପଥ ପାଠ କରିଥିଲେ। ଆସନ୍ତା ନଭେମ୍ବର ୧ ତାରିଖ ରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫ ପାଳନ ଅବସରରେ ସଚେତନତା ପଦଯାତ୍ରା, ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ସଭା ଅନୁଷ୍ଠିତ ହେବ।ଏହା ସହିତ ସ୍କୁଲ କଲେଜ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତା ରେ ପୁରସ୍କାର ପ୍ରଦାନ କରାଯିବ।