ଲଘୁଚାପ ଜନିତ ବର୍ଷାକୁ ନେଇ ଚାଷୀକୂଳ ଚିନ୍ତିତ
ବରୀ, ୨୯/୧୦ ( ରଂଜିତ ମହାନ୍ତି ) : ଲଘୁଚାପ ଜନିତ ଲଗାଣ ବର୍ଷ ଯୋଗୁ ବରୀ ରେ ଫସଲ ନଷ୍ଠ ହେବା ଲାଗି ଚାଷୀଙ୍କ ମଧ୍ୟରେ ଭୟ ଦେଖାଦେଇଛି । ବନ୍ୟାଞ୍ଚଳ ବରୀ ୨୯ ଗୋଟି ପଞ୍ଚାୟତରେ ମୁଖ୍ୟତ ଚାଷୀମାନେ ଚାଷ ଉପରେ ନିର୍ଭର କରି ପରିବାର ପୋଷିଥାନ୍ତି ଚାଷୀମାନେ ମୁଖ୍ୟତଃ ଧାନଫସଲ ସହିତ ପନିପରିବା ଫସଲ ଉପରେ ନିର୍ଭର କରି ଥାନ୍ତି । ଏବେ ଧାନଫସଲରେ ଥୋଡ ବାହାରିଥିବା ବେଳେ ବର୍ଷା ପାଣି ଯୋଗୁ ଧାନ ଫସଲ କ୍ଷତି ହେବାର ସମ୍ବାବନା ରହୁଛି । ଫଳରେ କେତେକ ଜମିରେ ବିରି, କୋଳଥ କ୍ଷେତରେ ବର୍ଷା ପାଣି ଜମି ରହିଲେ ନଷ୍ଠ ହେବା ସମ୍ବାବନା ରହୁଛି ଏହି ସମସ୍ୟାକୁ ନେଇ ଚାଷୀ ମାନଙ୍କର କ୍ଷତି ହେବା ସମ୍ଭାବନା ରହୁଛି । ପାଳପନିର ଚାଷୀ ମାନେ ଆରମ୍ଭ କରିଥିବା ବେଳେ ଲଘୁଚାପ ଜନିତ ବର୍ଷାକୁ ନେଇ ଚିନ୍ତାରେ ଚାଷୀ
ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ