ବାଞ୍ଜିକେନ୍ଧୁ ଷ୍ଟାଡିୟମ ଠାରେ ଖଣ୍ଡିଆ ଭିମା ତ୍ରିି ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଟିତ
ଝରିଗାଁ, ୨୯/୧୦ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ମିନି ବାଞ୍ଜିକେନ୍ଦୁ ଷ୍ଟାଡିୟମ ଠାର ଖଣ୍ଡିଆ ଭୀମା ଯୁବକ ସଂଘ ତରଫରୁ ତ୍ରୀ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅଥିତି ଭାବେ ବିଯୁ ଜନତା ଦଳର ଚେୟେରମେନ ଦୃର୍ଗାପ୍ରସାଦ ମାଝୀ ପୂର୍ବତନ ସାଂସଦ ପ୍ରତିନିଧି ବୁଲୁ ଦାଶ ଉପସ୍ଥିତ ରହି ଖେଳାଳୀ ଓ ଦର୍ଶକଙ୍କୁ ଉତ୍ସାହିତ କରିଥିବା ବେଳେ ସମ୍ମାନୀୟ ଅଥିତି ଜିଲ୍ଲାପରିଷଦ ଶ୍ୟାମସୁନ୍ଦର ନାୟକ,ବକଡାବେଡା ସରପଞ୍ଚ ଚଇତୁ ଭତରା,ବ୍ଲକ ସଭାପତି ଟୀକଚାନ୍ଧା ନାୟକ, କାନା କୋଟ ସମିତିସଭ୍ୟ ବାପି,ମାଧବ, ଙ୍କ ସମେତ , ସମାଜସେବୀ ସୋନ୍ତଷ ବିଶୋଇ,ଆମରସିଂ ଭତରା, ପୂର୍ଣ୍ଣ କଲାର, ନର୍ସିଙ୍ଗ ଗୌଡ଼,ଦୟମନ ଭତ୍ରା,ଦେବିସିଂ ପନକା, ବୋଳିରାମ,ଆଦି ଅତିଥିଗଣ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିବା ସହିତ ଗ୍ରାମାଆଞ୍ଚଳ ର ଫୁଟବଲ ଖେଳକୁ ଉପଭୋଗ କରିଥିଲେ.ସେମିପାଇନାଳ ମଧ୍ୟ୍ୟରେ ଖେଳ ହୋଇ ଗୁଚାଗୁଡା, କାନାକୋଟ,କରମାରୀ,ତିନି ଦଳ ସେମି ଫାଇନାଲ ପହଁଞ୍ଚି ଥିଲେ । ପରେ ତିନି ଦଳ କୁ ନେଇ ଲଟେରୀ କରାଯାଇଥିଲା. ଲଟେରୀରେ କରମରୀ ଦଳ ଡାଇରେକଟ ପାଇନାଲା ପହଁଞ୍ଚିଥିଲା କାନାକୋଟ ଓ ଗୁଚାଗୁଡା ଦ୍ବୟ ଖେଳି କାନକୋଟ ସେମି ଫାଇନାଲ ରେ ବିଜୟ ହାସଲ କରି ଫାଇନାଲ ଖେଳରେ ପାରଦର୍ଶିତା ପ୍ରଦର୍ଶନ କରିବା ସୌଭାଗ୍ୟ ହାସଲ କରିଥିଲେ । ପରିଣାମ ସ୍ବରୂପ କାନାକୋଟ ଦଳ ଚମ୍ପିଆନସିପ୍ ହୋଇ ବିଜେତା ଟ୍ରଫି ହାସଲ କରିବା ସହିତ ନଗଦ ପୁରଷ୍କାର ରାଶି 7000/- ଟଙ୍କା ପ୍ରାପ୍ତ ହୋଇଥିବା ବେଳେ ଉପ-ବିଜେତା ଦଳକୁ ଟ୍ରଫି ସମେତ 6000/- ଟଙ୍କା ପୁରଷ୍କାର ରାଶି ପ୍ରଦାନ କରାଯାଇଥିବା ବେଳେ ତୃତୀୟ ଦଳକୁ ଟ୍ରପି ସମେତ 4000/- ଟଙ୍କା ପୁରଷ୍କାର ରାଶି ପ୍ରଦାନ କରାଯାଇଥିଲା ।ଦାୟିତ୍ବ ତୁଳାଇଥିଲେ । ଭିମା କମିଟି ଯୁବକ ସଂଘର ସଭାପତି ଦେବେନ୍ଦ୍ର ଭତରା ଓ ସମ୍ପାଦକ ବିକାଶ ମାଝୀ ତତ୍ତ୍ବାବଧାନରେ ଦୁଲବ ଭତ୍ରା, ସଇନ୍ଦ୍ର ଭତ୍ରା, ମାରକୋଣ୍ଡ ପନକା,ସମେତ ସଦସ୍ୟ ଓ ଗ୍ରମବାସୀମାନେ ସହଯୋଗ କରିଥିଲେ । ପଡିଆରେ ହଜାର ହଜାର ସଂଖ୍ୟାରେ କ୍ରୀଡାପ୍ରେମୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା