Hot Posts

6/recent/ticker-posts

ଅତି ଆନନ୍ଦ ଉଲ୍ଲାସରେ ପାଳିତ ଗିରି ଗୋବର୍ଦ୍ଧନ ପୂଜା

ଝାରବନ୍ଧ, ୨୪/୧୦ ( ଗୌରୀଶଙ୍କର ପଞ୍ଚଭାୟା ) : ଭକ୍ତି ଓ ଭଗବାନଙ୍କ ନିବିଡ଼ ସମ୍ପର୍କ ର ସେ ଦ୍ଵାପର ଯୁଗର କଥା କୁ ମନେ ପକେଇ ଯାଦବ ସମାଜ ର ସଦସ୍ୟ ଝାରବନ୍ଧ ବ୍ଲକ ଓଡ଼ିଶାର ବରଗଡ଼ ଜିଲ୍ଲା ରେ ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ କରିଥିଲେ ଗିରି ଗୋବର୍ଦ୍ଧନ ମହୋତ୍ସବ ଆୟୋଜନ, ପୂଜା କମିଟି ର ସବୁ ସଦସ୍ୟ ମାନେ ଅତି ସୁନ୍ଦର ଭାବରେ ନିଜ ନିଜର କର୍ତ୍ତବ୍ୟ ଜାହା ସେଇଆ କରିଥିଲେ,ଚାନ୍ଦା ଆଦାୟ ଠୁ ନେଇ କି ମୂର୍ତି ତିଆରି ମନୋରଞ୍ଜନ କାର୍ଯ୍ୟକ୍ରମ ଯୋଗାଯୋଗ ପ୍ରଜନ୍ତ, ଯେଉଁସବୁ ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇଥିଲା ସେଗୁଡିକ ହେଲା ମିନାବଜାର, ଦଣ୍ଡ ନୃତ୍ୟ,ପାରାୟଣ ରାମାୟଣ, ଭଲିବଲ ଖେଳ, ପ୍ରତିଦିନ ବାଡିଖେଲ , ଇତ୍ୟାଦି ଇତ୍ୟାଦି । ଏହି ପୂଜା ରେ କର୍ତ୍ତା ଭାବେ ଯୋଗ ଦେଇଥିଲେ ଶ୍ରୀଯୁକ୍ତ ହୃଷିକେଶ ପୋଡ଼ ଏବଂ ତାଙ୍କ ପତ୍ନୀ କୋତନା ନିବାସୀ, ଅତି ସୁନ୍ଦର ଭାବରେ ଏହି ସମସ୍ତ କାର୍ଯ୍ୟ ର ପରିଚାଳନା କରିଥିଲେ ପୂଜା କମିଟି ସଭାପତି ଶ୍ରୀଯୁକ୍ତ ଗୁଣମଣୀ ବନଛୋର ଓ ସଂପାଦକ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ବନଛୋର ସେଷରେ ସମସ୍ତ ସହଯୋଗ କାରିଙ୍କୁ ଧନ୍ୟବାଦ ଅର୍ପଣ ପ୍ରଦାନ କରିଥିଲେ ଉପଦେଷ୍ଟା ମଣ୍ଡଳୀ ଯାଦବ ସମାଜ।