Hot Posts

6/recent/ticker-posts

ଜିଲ୍ଲା କିଷାନ କଂଗ୍ରେସର ସଭାପତି ଶ୍ରୀ ସନରାଜ ଗଣ୍ଡଙ୍କ ମାତା ଙ୍କ ଦେହାନ୍ତ

ରାଇଘର, ୨୪/୧୦ ( ନକୁଳ ଭତ୍ରା ) : ନବଗଙ୍ଗପୁର ଜିଲ୍ଲା ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀର ଜାତୀୟ କଂଗ୍ରେସର ବିଧାୟକ ପ୍ରାର୍ଥୀ ତଥା ଜିଲ୍ଲା କିଷାନ କଂଗ୍ରେସର ସଭାପତି ଶ୍ରୀ ସନରାଜ ଗଣ୍ଡଙ୍କ ମାତା ସ୍ୱର୍ଗତ ମଙ୍ଗଳି ବାଇ ଙ୍କ ୬୫ ବର୍ଷ ବୟସରେ ତାଙ୍କର ନବରଙ୍ଗପୁର ଜିଲ୍ଲାର ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଗତ କାଲି ସକାଳ ୫.୫୫ ଘଟିକା ସମୟରେ ମୃତ୍ୟୁ ହୋଇଯାଇଛି। ଏ ଦୁଃଖଦ ଖବର ଶୁଣି ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି। ଦୁଃଖଦ ଖବର ପାଇ ପରିବାର ବର୍ଗଙ୍କୁ ସତ୍ ସାହାସ ପ୍ରଦାନ ନିମନ୍ତେ ସମବେଦନା ଜଣାଇ ପୂର୍ବତନ ବିଧାୟକ ଭୁଜବଳ ମାଝୀ, ଶ୍ରୀକାନ୍ତ ମିଶ୍ର, ମୁନା ତ୍ରିପାଠୀ, ଶ୍ରୀ ବୃନ୍ଦାବନ ତ୍ରିପାଠୀ, ଶ୍ରୀ ଗଣେଶ ପଟ୍ଟନାୟକ, ପ୍ରମୂଖ ଶେଷ ଦର୍ଶନ କରିବା ସହ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।