Hot Posts

6/recent/ticker-posts

ପୂଜ୍ୟପୂଜା ସଂସଦର ସ୍ଵତନ୍ତ୍ରତା ସେନନୀଙ୍କ ଶ୍ରାଦ୍ଧ ଦିବସ ପାଳନ।

ଜୟପୁର, ୬।୧୦ ( ଏ. ଭେଙ୍କଟ ରାଓ ) : ପୂଜ୍ୟପୂଜା ସଂସଦ ଜୟପୁର ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇଥିବା ଆଇଏନଏସର ସ୍ଵତନ୍ତ୍ରତା ସେନାନୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ଶ୍ରାଦ୍ଧ ଦିବସ ପାଳନ କରିଛି। ପୂଜ୍ୟପୂଜା ସଂସଦର ଇଁ କେଦାର ନାଥ ବେହେରା ତପନ ତ୍ରିପାଠୀ ବୌରାଗି ସାହୁ ପ୍ରମୋଦ ରାଉଳ ପ୍ରମୁଖ ଲକ୍ଷ୍ମୀ ପଣ୍ଡା ଛକରେ ସ୍ଥାପିତ ହୋଇଥିବା ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ପ୍ରତିମୂର୍ତ୍ତିକୁ ସ୍ଵଚ୍ଚ ପାଣିରେ ଧୋଇ ପରିସରକୁ ସଫାକରି ଦୀପ ଧୂପ ପୁଷ୍ପମାଲ୍ୟ ଦେଇ ଶ୍ରଧାଞ୍ଜଳି ଦେଇଥିଲେ। ଜୟପୁର ପୌର ପରିଷଦ ଅଧିନରେ ଥିବା ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ପ୍ରତିମୂର୍ତ୍ତି ଏବଂ ପରିସର ଟିକୁ ଶ୍ରାଦ୍ଧ ଦିବସରେ ସଫାସୁତୁରା ନକରିବା ସହ ସାମାନ୍ୟ ଦୃଷ୍ଟି ନଦେଇ ଥିବା ହେତୁ ପୌର କତ୍ରୁପକ୍ଷଙ୍କୁ ସାଧାରଣରେ ଅବହେଳା ପାଇଁ ନିନ୍ଦା କରାଯାଇଛି।