Hot Posts

6/recent/ticker-posts

୨୬ବର୍ଷରେ ତେରେସିଂହା ଗଜଲକ୍ଷ୍ମୀ ପୂଜା

କର୍ଲାମୁଣ୍ଡା, ୦୬/୧୦ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ବେଲପଡ଼ା ଠାରେ ମାଁ ଗଜଲକ୍ଷ୍ମୀ ପୂଜା ମହାଆଡମ୍ବରରେ ପାଳିତ ହେଉଛି I ଏଥିରେ ପୂଜାକର୍ତ୍ତା ଭାବରେ କମିଟୀ ସଦସ୍ୟ ଚିନ୍ତାମଣି ସାହୁ ଓ ତାଙ୍କ ଧର୍ମପତ୍ନୀ ରହିଥିବା ବେଳେ ପୂଜକ ଡୋଳାମଣି ପଣ୍ଡିଆ ପୂଜାକାର୍ଯ୍ୟ ସଂପାଦନ କରୁଛନ୍ତି I ଚଳିତ ବର୍ଷ ୨୬ବର୍ଷରେ ପଦାର୍ପଣ କରିଛି ତେରେସିଂହା ମାଁ ଗଜଲକ୍ଷ୍ମୀ ପୂଜା I କମିଟୀର ସଭାପତି କପିନ୍ଦ୍ର ରଣା, ସମ୍ପାଦକ ମହେଶ୍ୱର ଗହୀର, କୋଷାଧ୍ୟକ୍ଷ ସଂଜୀବ ରଣା, ଉପ-ସଭାପତି ତପନ ମାଝୀ, ସହସମ୍ପାଦକ ରାମଚନ୍ଦ୍ର ରଣାଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି I ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବାର ସୂଚନା ରହିଛି I