ଗଛରେ ପିଟିହେଲା ଇକୋ ଭ୍ୟାନ, ୬ ଜଣ ଆହତ
ଝରିଗାଁ, ୨୪/୧୦ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝଜଗାଁ ବ୍ଳକ ଅନ୍ତର୍ଗତ ଥାଟବେଡା ଗ୍ରାମର ଗୋଟିଏ ପରିବାର କୌଣସି ଏକ କାମରେ ଚନ୍ଦାହାଣ୍ଡି କୁ ଯାଇ ଘରକୁ ଫେରୁଥିବା ସମୟରେ ବତାଝର ଗାଁ ନିକଟରେ ଇକୋ ଭ୍ୟାନ ଗାଡି ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି ।ଘଟଣା ସ୍ଥଳରେ ଚନ୍ଦା ହାଣ୍ଡି ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଧାର କରି ଚନ୍ଦାହାଣ୍ଡି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ପରିବାର ଘର ମଣୀ ମାଝୀଙ୍କ ଗୋଡ ଭାଙ୍ଗି ଯାଇଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେଫର କରାଯାଇଥିବା ଜଣାପଡୁଛି।