ପାରମ୍ପରିକ ମଣ୍ଢେଇ କଲିବେଢା ଠାରେ ଅନୁଷ୍ଠିତ ହୋଇଯାଇଛି
ଉମରକୋଟ ୨୨/୧୦ ( ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ୍ ବେନରା ଗ୍ରାମ ପଞ୍ଚାୟତ ଅଧିନ କଲିବେଢା ଗ୍ରାମରେ ପାରମ୍ପରିକ ମଣ୍ଢେଇ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ଗ୍ରାମରୁ ଦେବାଦବୀଙ୍କ ପ୍ରତୀକା ଲାଠି କୁର୍ଚି ଯୋଗଦେଇଥିଲେ ,ଯଥା ବେନରା,ଶଙ୍କରଡ଼ା,ଡଙ୍ଗରିଗୁଡା, ହୀରାପୁର, ମେନ୍ଦ୍ରିଗୁଡା, ଦଣ୍ତସରା , ସିଲାଟି ସମେତ କର୍ଲିପଦର, ମୁଣ୍ଡାଗୁଡା ଗ୍ରାମର ପୂଜକ ଲାଠି ଧରୁ, କୁର୍ଚ୍ଚୀ, ବୋହୂ ଶିରା, ପୂଜାରୀ ଯୋଗଦେଇ ମଣ୍ଡେଇ ପରିକ୍ରମା କରିଥିଲେ ।କଲିବେଢା ଗ୍ରାମବାସୀ ତଥା ମୂଖ୍ୟ ପୂଜକ ଲାଛିନ୍ଧର ପୂଜାରୀଙ୍କ ନିମନ୍ତ୍ରଣ ପ୍ରକାରେ ପୋଡ଼ାଗଡର ଗବେଷକ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ବେହେରା ଯୋଗ ଦେଇ ମଣ୍ଡେଇ ପରିକ୍ରମା କରିଥିଲେ । ରାତିରେ ଦର୍ଶକ ମାନଙ୍କ ମନୋରଞ୍ଜନ ନିମନ୍ତେ ଦେଶିଆ ନାଟକ ଅନୁଷ୍ଟିତ ହେବାର କାର୍ଯ୍ୟକ୍ରମ ରହିଛି l ମଣ୍ଡେଇ ପରିକ୍ରମାରେ ଦର୍ଶକଙ୍କ ଭିଡ ପରିଲକ୍ଷିତ ହୋଇ ଥିବା ବେଳେ ଉକ୍ତ ମଣ୍ଡେଇ ପଡିଆରେ ବହୁ ଦୋକାନ ବଜାର ବସି ଲୋକାରଣ୍ୟ ହୋଇ ଉତ୍ସବ ମୁଖର ହୋଇ ଉଠିଥିଲା l ମଣ୍ଡେଇ କମିଟି ଦ୍ଵାରା ସେଠାରେ ବେଶ୍ ସୁନ୍ଦର କାର୍ଯ୍ୟକ୍ରମ ଚାଲୁ ରହିଛି l