ଟ୍ରେନ ରେ ଯାତ୍ରା କରୁଛନ୍ତି କି ଟ୍ରେନ କୁ ଅପେକ୍ଷା କରିଛନ୍ତି ନା ବସ୍ କୁ ଅପେକ୍ଷା କରିଛନ୍ତି । ସାବଧାନ ଆତଙ୍କ ଖେଲାଉଛି ଜଳଜିରା ଲୁଟେରା ।
କଳାହାଣ୍ଡି, ୨୨/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ଜଳଜିରା ପିଇବା କୁ ଦେଇ ସର୍ବସ୍ବ ଲୁଟି ନେଇଛନ୍ତି ଲୁଟେରା । ହଁ ଦର୍ଶକ ବନ୍ଧୁ ଯଦି ଆପଣ କେବେ ଟ୍ରେନ ରେ ଯାତ୍ରା କରୁଥିବା ସମୟ ରେ ହେଉ କିମ୍ବା ଟ୍ରେନ କି ବସ୍ କୁ ଅପେକ୍ଷା କରିଥିବା ସମୟ ରେ ହେଉ ,ସାବଧାନ ରୁହନ୍ତୁ ,କେହି ଅଚିହ୍ନା ବ୍ୟକ୍ତି କୌଣସି ଜିନିଷ ଖାଇବା ପାଇଁ କିମ୍ବା ପିଇବା ପାଇଁ ଦେଲେ ଖାଆନ୍ତୁ ନାହିଁ ନ ହେଲେ ଆପଣ ବି ହୋଇ ପାରନ୍ତି ଲୁଟ ର ଶିକାର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନ ଅଞ୍ଚଳରେ ।ତିନି ଜଣ ଯୁବକଙ୍କୁ ଜଳଜିରା ରେ ନିଶା ଦେଇ ଟଙ୍କା ଓ ମୋବାଇଲ ଲୁଟି ନେଇଛି ଦୃର୍ବୁତ୍ତ ।ଏହି ଘଟଣାକୁ ନେଇ ଏବେ ଅଞ୍ଚଳ ସାରା ଚାଞ୍ଚଲ୍ୟ ଦେଖା ଦେଇଥିବା ବେଳେ ,ଆତଙ୍କ ଦେଖାଇଛି ଜଳଜିରା ।ଏହି ଘଟଣାରେ କେହି ଜଣେ ସମ୍ପୃକ୍ତ ଅଛି ନା କେଉଁ ଗ୍ୟାଙ୍ଗର କାମ ତାହାର ଟେର ପାଉନି ପୋଲିସ ।ବାରମ୍ବାର କେସିଙ୍ଗା ଷ୍ଟେସନରେ ଏଭଳି ହେଉଥିବା ବେଳେ ରେଳ ବାଇ ପୋଲିସ ମଧ୍ୟ ଏହାର ଟେର ପାଉ ନଥିବାରୁ ,ଯାତ୍ରୀ ମାନଙ୍କ ମନରେ ଏକ ପ୍ରକାରର ଭୟ ର ବାତାବରଣ ଦେଖାଦେଇଛି । ଏହି ଘଟଣା ର ଶିକାର ହୋଇଥିବା ତିନି ଜଣଙ୍କ ମଧ୍ୟ ରୁ ଜଣଙ୍କୁ କେସିଙ୍ଗା ଆଦର୍ଶ ଥାନା ପୋଲିସ କେସିଙ୍ଗା ଡାକ୍ତର ଖାନା କୁ ନେଇ ଚିକିତ୍ସା କରାଇଥିବା ସୂଚନା ରହିଛି । ଏହା ପୂର୍ବରୁ ମଧ୍ୟ କେସିଙ୍ଗା ଷ୍ଟେସନ ରେ ଏଭଳି ଘଟଣା ଘଟିଥିବାରୁ ,ଏହି ଘଟଣା କୁ ଗୁରୁତର ସହ ନେଇ ଉଭୟ ରେଳ ବାଇ ପୋଲିସ ଓ କେସିଙ୍ଗା ପୋଲିସ ଘଟଣା ର ତଦନ୍ତ କରିବା ସହ ଜଳଜିରା ଦେଇ ଲୁଟ କରିଥିବା ଲୁଟେରା ଙ୍କ ପର୍ଦ୍ଦାଫାଶ କରିବା ପାଇଁ ସାଧାରଣ ରେ ଦାବି ହେଉଛି । ଅନ୍ୟ ପକ୍ଷରେ ଜଳଜିରା ରେ କେଉଁ ନିଶା ଦ୍ରବ୍ୟ କୁ ମିଶ୍ରିତ କରାଯାଉଛି ଓ ତାହା ମିଳୁଛି କେଉଁଠି ତାହା ମଧ୍ୟ ତଦନ୍ତ ସାପେକ୍ଷ ତେବେ କେବେ ପୋଲିସ ଏହି ଜଳଜିରା ଲୁଟେରା ଙ୍କୁ ଗିରଫ କରିବାରେ ସଫଳ ହେବ ତାହା ଦେଖିବାକୁ ବାକି ରହିଲା ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ