Hot Posts

6/recent/ticker-posts

କୁର୍ମା କୁ ନୂତନ ଗ୍ରାମପଞ୍ଚାୟତ କରିବାକୁ ଝାରବନ୍ଧ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ

ଝାରବନ୍ଧ, ୨୪/୧୦ ( ଗୌରୀଶଙ୍କର ପଞ୍ଚଭାୟା ) :  ଗ୍ରାମ ପଞ୍ଚାୟତ ଦୂର ହୋଇଥିବା ରୁ ବିଭିନ୍ନ ଉନ୍ନତି କାର୍ୟ କଲାପରୁ ବଞ୍ଚିତ ହେଉଥିବା ଅନୁଭବ କରି ଆଜି ସକାଳେ ଝାରବନ୍ଧ ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ  ଙ୍କୁ ନୂତନ ଗ୍ରାମପଞ୍ଚାୟତ କୁର୍ମା ଗାଁ ରେ ହେଉ ବୋଲି ଏକ ଦାବିପତ୍ର ବିଡ଼ିଓ ଙ୍କୁ ଦିଆ ଯାଇ ଅଛି, ଏଠାକୁ ଆସିଥିବାର ବ୍ୟକ୍ତିବିଶେଷ ମାନେ ହେଲେ ଶିକାରୀ ପାଲି ରୁ ବ୍ୟାସ ଦେବ ପ୍ରଧାନ,ଭୁବନେ ସିକଆ,ସରୋଜ ପ୍ରଧାନ,ସିବଳାଲ ମାଝୀ,ସୁଧୀର ବାଗ, ସୁବାଷ କନ୍ଧ,ସାଧୁ ଭୁଇ, ମହନ ସେଠ୍ ତଥା ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିବା ବେଳେ କୁର୍ମା ଗ୍ରାମ ରୁ ମୋହନ ଲାଲ ସାହୁ,ପବିତ୍ର ଭୋଇ,ହରେକୃଷ୍ଣ ଭୋଇ ,ଘନଶ୍ୟାମ ଭୋଇ, ବୃନ୍ଦାବନ ସାହୁ ତଥା ଗାଁ ର ପଞ୍ଚ ଭଦ୍ରବ୍ୟକ୍ତି ଶତାଧିକ ସଂଖ୍ୟାଧିକ ଉପସ୍ଥିତି ରେ ଦାବି ପତ୍ର ପ୍ରଦାନ କରିଥିଲେ।ଏଥିରେ ଉଲ୍ଲେଖ ରହିଛି ତିନି ହଜାର ରୁ ଅଧିକ ଭୋଟର ଥିବା ବେଳେ ,ଲଉଡ଼ି ଧର୍ହା ଗ୍ରାମ ପଞ୍ଚାୟତ କୁ ରାସନ୍ ତଥା ଅନେକ କାର୍ଯ୍ୟ ପାଇଁ ଆଠ, ନଅ କିଲୋ ମିଟର ଯିବାକୁ ପଡେ଼ ,ଅନେକ ଅସୁବିଧା ରେ ଚାଲୁଥିବା ଶିକାରୀ ପାଲି, କୁରମା,ଚିରୋଲି ,ଗୌଡ ମାଲ ଙ୍କୁ ମିଶାଇ ଏକ ନୂତନ ପଞ୍ଚାୟତ ମଧ୍ୟ ଭାଗ କୂର୍ମା ଠାରେ ହେଉ ବୋଲି ଲୋକଙ୍କ ଆଶା ବଢ଼ି ଚାଲିଛି,ସରକାର ନୂତନ ବ୍ଲକ,ପଞ୍ଚାୟତ ନୃତନ୍ ଘୋଷଣା ରେ କୁର୍ମା ଠାରେ ପଞ୍ଚାୟତ କଲେ ସମସ୍ତେ ଉପକୃତ ହେବୁ ବୋଲି ବିଡ଼ିଓ ସାର୍ ପର୍ଶୁରାମ ପଣ୍ଡା ଙ୍କୁ ଜଣାଇଥିବା ବେଳେ ବିଡ଼ିଓ ଆଜ୍ଞ୍ୟା କହିଛନ୍ତି ଯଥା ଶୀଘ୍ର ପ୍ରଶାସନ ଙ୍କୁ ଜଣାଇ ସାହାଯ୍ୟ କରିବାର ଚେଷ୍ଟା କରିବି।


ଝାରବନ୍ଧ ବ୍ଲକ ରୁ ଗୌରୀଶଙ୍କର ପଞ୍ଚଭାୟାଙ୍କ ରିପୋର୍ଟ