Hot Posts

6/recent/ticker-posts

ଭାଇ ଭଉଣୀଙ୍କ ସଫଳତା,ବିଭିନ୍ନ ମହଲରୁ ଶୁଭେଚ୍ଛା

ବରୀ, ୦୪ / ୧୦ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଅଧିନସ୍ଥ ବାଲିବିଲ ଗ୍ରାମର ଦୁଇ ଭାଇ ଭଉଣୀ ପିଏଚଡ଼ି ଲାଭ କରିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି।ସୂଚନାଯୋଗ୍ୟ ରାଜେନ୍ଦ୍ର ସାମଲ ଓ ରେଣୁବାଳା ସାମଲ ଙ୍କ ପୁଅ ପ୍ରଭୁଦତ୍ତ ସାମଲ କିଟ ବିଶ୍ୱବିଦ୍ୟାଳୟ ରେ ଇଂରାଜୀ ବିଷୟରେ ପରିବେଶ ପରିବର୍ତ୍ତନ ଗବେଷଣା କରୁଥିବା ବେଳେ ଝିଅ ରାଜଶ୍ରୀ ସାମଲ ଅର୍ଥନୀତି ବିଭାଗରେ ଇକୋଟୁରିଜିମ୍, ଜୀବିକା ଏବଂ ସଂରକ୍ଷଣ ସମ୍ପର୍କ ରେ ଗବେଷଣା କରି କୃତିତ୍ୱ ଅର୍ଜନ କରିଛନ୍ତି।ଉଭୟେ ଶିକ୍ଷା କ୍ଷେତ୍ରରେ ଅଧ୍ୟବସାୟ ଯୋଗୁଁ ସର୍ବଦା ପ୍ରଥମ ଶ୍ରେଣୀ ହାସଲ କରି ଉତ୍ତୀର୍ଣ୍ଣ ହୋଇଥିଲେ।ଏହି ଖବର ପ୍ରଚାରିତ ହେବା ପରେ ବରୀ ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ,ଅଧକ୍ଷ ଅଶୋକ ଗେଡି,ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ସାମଲ,ସରପଞ୍ଚ ମଧୁସ୍ମିତା ସାମଲ,ସମିତି ସଭ୍ୟା ସୁଧାଂଶୁବାଳା ସାମଲ ଉଭୟେ ଭାଇ ଭଉଣୀ ଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଶିକ୍ଷା କ୍ଷେତ୍ରରେ ଉତୋରତର କାମନା କରିଛନ୍ତି।ପ୍ରଭୁଦତ୍ତ ଆଗାମୀ ଦିନରେ ଗବେଷଣା ଜାରି ରଖିବେ ବୋଲି ମତ ରଖିଥିବା ବେଳେ ରାଜଶ୍ରୀ ପର୍ଯ୍ୟଟନ ଓ ଜୀବିକା ସଂରକ୍ଷଣ ବିଭାଗରେ ଗବେଷଣା ଜାରି ରଖିବେ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।ସେମାନଙ୍କ ସଫଳତା ପାଇଁ ଜେଜେ ଓ ଜେଜେମା ସ୍ବର୍ଗତ ପୁରୁଷୋତ୍ତମ ସାମଲ,ଭଗବତୀ ସାମଲ ଓ ଅଜା ଆଇ କୈଳାସ ମହାପାତ୍ର ଓ ହେମଲତା ମହାପାତ୍ର ଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଆଶୀର୍ବାଦ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ମତ ରଖିଛନ୍ତି। 

ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ