ପୂର୍ବତନ ସରପଞ୍ଚ ଓ ସମାଜସେବୀ ଜଗବନ୍ଧୁ ଗାଉଁଟିଆଙ୍କ ସ୍ମୃତିରେ ଶୋକସଭା — ବିଧାୟକ ଓ ବରିଷ୍ଠ ନେତାଙ୍କ ଉପସ୍ଥିତି
ଝରିଗାଁ, ୦୪ / ୧୦ (ନକୁଳ ଭତରା) : ଝରିଗାଁ ବ୍ଲକ ଚାଟିଗୁଡ଼ା ପଞ୍ଚାୟତ ଅଧିନସ୍ଥ କପରଗୁଡ଼ା ଗ୍ରାମର ପୂର୍ବତନ ସରପଞ୍ଚଙ୍କ ତଥା ଜଣେ ନିଷ୍ଠାପର ରାଜନେତା ଓ ସମାଜସେବୀ ସର୍ଗତ ଜଗବନ୍ଧୁ ଗାଉଁଟିଆଙ୍କ ଦଶାହ କାର୍ଯ୍ୟ କର୍ମରେ ଯୋଗ ଦେଲେ ଝରିଗାଁ ବିଧାୟକ ନରସିଂହ ଭାତ୍ର୍।ପୂର୍ବତନ ସାଂସଦ ଭଗବାନ ମାଝୀ, ପଞ୍ଚାନନ ବୱାଲି ,ଭଜନ କଳାର , ସହଦେବ ପନକା,ଶିବରାମ ଭତରା,ପିତାମ୍ବର ମାଝୀ,ନର ଭତରା ,ସୁଧିପ ମିରିଡ଼ା,ସମେତ ବରିଷ୍ଟ ବିଜେପି କର୍ମୀ ମାନେ ତାଙ୍କର ଆମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ।