Hot Posts

6/recent/ticker-posts

ଲଗାଣ ବର୍ଷାରେ ଯୋଗୁଁ ଦୁଇଟି ଘାଟିରେ ଭୁସ୍କଲନ ହୋଇ ମାଟି ଅତଡା ଖସି ରହିଛି। ଯାତାୟାତ ଠପ୍।

କଳାହାଣ୍ଡି, ୦୩ / ୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାର ଦୁଇ ଘାଟି ରାସ୍ତା ରେ ଭୂସ୍କଲନ । ଯାତାୟାତ ଠପ୍ ରହିଛି। ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ମହୁଲପଟଣା ଘାଟି ରାସ୍ତା ଶୋଚନୀୟ ହୋଇପଡିଥିବା ବେଳେ , ମାଟିଅତଡା ଖସିଯିବା ଫଳରେ ଯାତାୟାତ ରେ ହନ୍ତସନ୍ତ ହେଉଛନ୍ତି ଲୋକେ।ରାସ୍ତା ଉପରେ ପାଣି ଚଳିବା ସହ କୁତ୍ରିମ ପୋଖରୀ ସୃଷ୍ଟି କରିଛି।ବର୍ତ୍ତମାନ ମଧ୍ୟ ବର୍ଷା ଲାଗି ରହିଥିବା ବେଳେ ଯାତାୟାତ ବିପଦଜନକ ରହିଛି। ସେହିଭଳି ମଦନପୁର ରାମପୁର ବ୍ଲକ ଦେଢସୁଲି ଗ୍ରାମପଞ୍ଚାୟତ ର କାଉକୁପା ଠାରୁ ଜାମ୍ବୁଲି ଓ ମୋହନଗିରି କୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ରାସ୍ତା ଲାପଟବାଲି ଘାଟି ନିକଟରେ ଗତକାଲି ରାତି ମାଟି ଅତଡ଼ା ଖସିଯିବା ଫଳରେ ଯାତାୟତ ରେ ବାଧା ସୃଷ୍ଟି ହେଉଛି l


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ