ସପ୍ତାହେ ନ ପୂରୁଣୁ ଉଠିଗଲା ପିଚୁ
ବରୀ, ୨୯/୧୦ ( ରଂଜିତ ମହାନ୍ତି ) : ପୂର୍ତ୍ତ ବିଭାଗ ଦ୍ବାରା ନିର୍ମିତ ପିଚୁ ରାସ୍ତା ମାତ୍ର ୫ ଦିନରେ ନଷ୍ଟ ହୋଇଗଲା | ୧୯ ଏବିସି ବରୀ-ବିଦୂପା ପୂର୍ତ୍ତ ବିଭାଗ ରାସ୍ତା ବରୀ ଦରଘା ଠାରୁ ବରୀ ମାଉଣ୍ଡ ପର୍ଯ୍ୟନ୍ତ ପିଚୁ କାମ କରିବା ପାଇଁ ଠିକାଦାର ତିନି ମାସ ପୂର୍ବରୁ ରାସ୍ତାକୁ ଖୋଳି ତାଡ଼ି ପକାଇଥିବାରୁ ଜନ ସାଧାରଣ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ | ଗତ ଚାରି ପାଞ୍ଚ ଦିନ ତଳେ ପିଚୁ କରା ଯାଇଥିଲା | ଏହି କାର୍ଯ୍ୟ ଏତେ ମଜଭୁତ କରାଯାଇଛି ଯେ କୃପାସିନ୍ଧୁ ବିଦ୍ୟାଭବନ ଠାରୁ ବରାମାଉଣ୍ଡ ମୁଖ୍ୟ ବଜାର ପର୍ଯ୍ୟନ୍ତ ରାସ୍ତାର ପିଚୁ ସମ୍ପର୍ଶ ଉଠିଗଲାଣି | ତୁରନ୍ତ ବିଭାଗୀୟ ଉଚ୍ଚ ଅଧିକାରି ପରିଦର୍ଶନ କରି ତଦନ୍ତ କରିବା ସହିତ ପୁନର୍ବାର ପିଚୁ କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି
ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ