ନାନା ସମସ୍ୟାରେ ଅଷ୍ଟଶମ୍ଭୁ ମନ୍ଦିର
ବରୀ, ୩୦/୧୦ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଅଧୀନ ସେରପୁର ପଞ୍ଚାୟତ କୃଷ୍ଣନଗର ଗ୍ରାମର ଥିବା ଅଷ୍ଟଶମ୍ଭୁ ମନ୍ଦିରରେ ନାନା ସମସ୍ୟା ରହିଛି । ମାତ୍ର ପ୍ରଶାସନିକ ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ତାହା ସମାଧାନ ହୋଇ ପରୁନାହିଁ ବୋଲି ଅଭିଯୋଗ ହୋଇଛି। ବ୍ଲକ୍ର ଜନବହୁଳ ଶୈବପୀଠଗୁଡ଼ିକ ମଧ୍ୟରେ ନାଥେଶ୍ବର, ଧାରେଶ୍ବର, ସିଦ୍ଧେଶ୍ବର, ବାଲୁଙ୍କେଶ୍ବର, ରହ୍ମେଶ୍ବର, ଶାମେଶ୍ବର ଆଦି ରହିଛି। ଏଗୁଡ଼ିକ ମଧ୍ୟରୁ କେତେକ ସ୍ଥାନରେ ସରକାରୀ ଅର୍ଥ ବିନିଯୋଗ କରାଯାଇ ଉନ୍ନତମାନର ହାଇମାଷ୍ଟ ଲାଇଟ ଲଗାଯାଇଛି। ଅନ୍ୟ କେତେକ ସ୍ଥାନରେ ମନ୍ଦିର ପରିଚାଳନା କମିଟି ଦ୍ବାରା ଆଲୋକୀକରଣ କରାଯାଇଛି। କିନ୍ତୁ କୃଷ୍ଣନଗର ଗ୍ରାମର ଅଷ୍ଟଶମ୍ଭୁ ମନ୍ଦିରରେ ଆଲୋକୀକରଣ ବ୍ୟବସ୍ଥା କରାଯାଇନାହିଁ। ବହୁ ଶ୍ରଦ୍ଧାଳୁ ହାଇମାଷ୍ଟ ସ୍ଥାନୀୟ ଲାଇଟ୍ ଲଗାଇବାକୁ ଲୋକପ୍ରତିନିଧ୍ଙ୍କଠାରୁ ଆରମ୍ଭ କରି ଜିଲା ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିଲେ ବି କୌଣସି ସୁଫଳ ମିଳିପାରିନାହିଁ। ଏହି ମନ୍ଦିରଟି ବ୍ରାହ୍ମଣୀ ନଦୀ କୂଳରେ ରହିଛି। ଲାଇଟ୍ ନ ଥୁବାରୁ ସନ୍ଧ୍ୟାହେଲେ ସରୀସୃପ ମନ୍ଦିର ପରିସରରେ ବୁଲୁଛନ୍ତି। ଫଳରେ ଶ୍ରଦ୍ଧାଳୁ ଏହି ସମୟରେ ମନ୍ଦିରକୁ ଆସିବା ପାଇଁ ଭୟ କରୁଛନ୍ତି। ସେହିପରି ମନ୍ଦିରରେ ଅନ୍ୟ ସମସ୍ୟା ମଧ୍ୟ ରହିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏ ସମ୍ପର୍କରେ ମନ୍ଦିରର ମୁଖ୍ୟ ପୂଜକ ଶ୍ରୀବତ୍ସ ଲାଞ୍ଛନ ପଣ୍ଡା କହିଛନ୍ତି, ପଞ୍ଚାୟତ ଓ ବ୍ଲକ୍ସ୍ତରୀୟ ବହୁ ରାଜନେତା ଏହି ମନ୍ଦିରରକୁ ଆସି ମାନସିକ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି। ସେମାନଙ୍କୁ ମନ୍ଦିର ପରିସର ଆଲୋକୀକରଣ ପାଇଁ ସେ ଅନୁରୋଧ କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ କେହି ଆଲୋକୀକରଣ ବ୍ୟବସ୍ଥା କରିନାହାନ୍ତି। ତେଣୁ ଜିଲାପାଳ ଏ ଦିଗରେ ଦୃଷ୍ଟିଦେବାକୁ ପୂଜକ ପଣ୍ଡାଙ୍କ ସହ ସ୍ଥାନୀୟ ଲୋକେ ଦାବି କରିଛନ୍ତି ଲ
ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ