ସ୍ତ୍ରୀର ଗଳା ଚିପି ହତ୍ୟା, ସ୍ୱାମୀ ଗିରଫ
କଳାହାଣ୍ଡି, ୦୪ / ୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ବିଜେପୁର ଥାନା ଅନ୍ତର୍ଗତ ସର୍ଗିଗୁଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା ।ସର୍ଗିଗୁଡା ଗ୍ରାମର ପୁଲସିଙ୍ଗ ମାଝୀ (୫୯) ନିଜ ସ୍ତ୍ରୀ ବୁତ୍ରୀ ମାଝୀ (୫୫)କୁ ସୋମବାର ରାତିରେ ତଣ୍ଟିଚିପି ହତ୍ୟା କରିଛି।ସୂଚନାନୁସାରେ ଫୁଲସିଙ୍ଗ ମାଝୀ ଓ ସ୍ତ୍ରୀ ବୁତ୍ରୀ ମାଝୀ ପରିବାର ସହିତ ସର୍ଗିଗୁଡାରେ ଗାଁରେ ରହୁଥିଲେ।ଫୁଲସିଙ୍ଗ ର ପାଞ୍ଚ ଗୋଟି ଝିଅ ଦୁଇଟି ପୁଅ ଥିବାବେଳେ ଚାରିଗୋଟି ଝିଅ ବାହା ହୋଇଯାଇଛନ୍ତି।ଫୁଲସିଙ୍ଗ ସ୍ତ୍ରୀଙ୍କ ସହିତ ଗାଁ ନିକଟସ୍ଥ ଜଙ୍ଗଲ ନିକଟରେ ଚାଷ ଜମିରେ ଏକୁଟିଆ ଘର କରି ରହୁଥିଲା।ଅନ୍ୟ ପୁଅଝିଅ ଗାଁରେ ରହୁଥିଲେ।ହେଲେ ସୋମବାର ବିଳମ୍ବିତ ରାତିରେ କୌଣସି କାରଣରୁ ପୁଲସିଙ୍ଗ ନିଜ ସ୍ତ୍ରୀ ବୁତ୍ରୀ ମାଝୀ କୁ ତଣ୍ଟିଚିପି ହତ୍ୟା କରିଥିବା ବେଳେ ହତ୍ୟାପରେ ସେଠାରୁ ଫେରାର ହୋଇ ଯାଇଥିଲା।ମଙ୍ଗଳବାର ସକାଳେ ଖବରପାଇ ମୃତ ମହିଳାଙ୍କ ଭାଇ ବାନାଙ୍ଗ ମାଝୀ ପହଞ୍ଚି ବିଜେପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବିଜେପୁର ଥାନାଧିକାରୀ ନୀଳାମ୍ବର ଜାନିଙ୍କ ନେତୃତ୍ୱରେ ପୋଲିସ ବଳ ସହିତ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଶବ ବ୍ୟବଛେଦ ପାଇଁ ଲାଞ୍ଜିଗଡ କୁ ପଠାଇଥିବା ବେଳେ ବୁଧବାର ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଯାଇଲା ।ବୁଧବାର ଦିନ ପୋଲିସ କୌଣସି ସୂତ୍ରରୁ ଖବର ପାଇ କେନ୍ଦୁପେଟ ଗ୍ରାମରେ ଲୁଚିଥିବା ଅଭିଯୁକ୍ତ ପୁଲସିଙ୍ଗ କୁ ଗିରଫ୍ କରି ଥାନାକୁ ନେଇ ପଚରା ଉଚୁରା କରିଥିବା ବେଳେ ଅଭିଯୁକ୍ତ ତଣ୍ଟିଚିପି ହତ୍ୟା କରିଥିବା ସ୍ୱୀକାର କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।ଏନେଇ ବିଜେପୁର ଥାନା କେଶ ନଂ୨୮/୨୫ ରେ ଅଭିଯୁକ୍ତ ପୁଲସିଙ୍ଗକୁ ବୁଧବାର କୋର୍ଟ ଚାଲାଣ କରିଥିବା ବିଜେପୁର ଥାନାଧିକାରୀ ନୀଳାମ୍ବର ଜାନି ସୂଚନା ଦେଇଛନ୍ତି I
କଳାହାଣ୍ଡି ଜିଲ୍ଲା ପ୍ରତି ନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ