Hot Posts

6/recent/ticker-posts

ପଞ୍ଚାୟତ ଗଠନ ରେ ଟଣା ଓଟରା, ଗୌଡ଼ମାଲରେ ନୂତନ ପଞ୍ଚାୟତ ଗଠନ ଦାବି,

ଝାରବନ୍ଧ, ୨୯/୧୦ ( ଗୌରୀଶଙ୍କର ପଞ୍ଚଭାୟା ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଲୌଡ଼ିଦର୍ହା ପଞ୍ଚାୟତ ଅନ୍ତର୍ଗତ ଗୌଡ଼ମାଲ ଗ୍ରାମର ଅସଂଖ୍ୟ ମହିଳାମାନେ ଆଜି ପୃଥକ ପୃଥକ ଭାବେ ଝାରବନ୍ଧ ବିଡ଼ିଓ, ତହସିଲଦାର ଝାରବନ୍ଧ ଓ ସାଂସଦ ଶ୍ରୀପ୍ରଦୀପ ପୁରୋହିତଙ୍କୁ ସାକ୍ଷାତ କରି ଗୌଡ଼ମାଲକୁ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନ ତଥା ଗୌଡମାଲ,କୂର୍ମା ଓ ଶିକାରୀପାଲି ଗ୍ରାମକୁ ନେଇ ନୂତନ ପଞ୍ଚାୟତ ଗଠନ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଲୌଡ଼ିଦର୍ହା ଏକ ଜନସଂଖ୍ୟା  ବହୁଳ ପଞ୍ଚାୟତ ହୋଇଥିବାରୁ ବିଭାଜନ କରି ଆଉ ଏକ ନୂତନ  ପଞ୍ଚାୟତ ଗଠନର  ସୀମା ନିର୍ଦ୍ଧାରଣ କରିବାକୁ  ଆଜି ତା ୨୯/୧୦/୨୦୨୫ରିଖ ଦିନ ଜିଲ୍ଲାପାଳ ବରଗଡ଼ ଓ ଉପ ଜିଲ୍ଲାପାଳ ପଦ୍ମପୁରଙ୍କ ଗୋଚରାର୍ଥେ ଦାବିପତ୍ର ପ୍ରଦାନ କରିଛନ୍ତି।ଗୌଡମାଲ ଠାରେ ସରକାରୀ ଉଚ୍ଚ ବିଦ୍ୟାଳୟ,ଡାକଘର ବ୍ୟବସ୍ଥା ସମେତ ଏକ ୪ ୱାଡ଼ ବିଶିଷ୍ଟ ଜନସଂଖ୍ୟା ବହୁଳ ଓ ରାଜସ୍ୱ ପୋଖରୀ ଅଧିକ ଥିବାରୁ କୁର୍ମା ଓ ଶିକାରୀପାଳି  ଗ୍ରାମକୁ ମିଶ୍ରଣ କରି ଏକ ନୂତନ ପଞ୍ଚାୟତ ଗଠନ କଲେ ଏ ଅଞ୍ଚଳର ବିକାଶରେ ସହାୟକ ହେବ ବୋଲି  ପ୍ରସ୍ତାବ ପ୍ରଦାନ କରିଛନ୍ତି।ଯଦି ଗୌଡମାଲ ବ୍ୟତିତ ଅନ୍ୟ କୌଣସି ଗ୍ରାମକୁ ପଞ୍ଚାୟତ ମୁଖ୍ୟାଳୟ ଭାବେ ଗ୍ରହଣ କରାଯାଏ ତେବେ ଗୌଡ଼ମାଲ ସ୍ବୀକାର କରିବ ନାହିଁ ବୋଲି ଆସିଥିବା ମହିଳାମାନେ ସ୍ୱଷ୍ଟ କରିଛନ୍ତି। ଗ୍ରାମର ସ୍ବେଚ୍ଛାସେବୀ ଶ୍ରୀପଦ୍ମନ ରଣା ଓ ଶ୍ରୀଧନଞ୍ଜୟ ପ୍ରଧାନଙ୍କ ନେତୃତ୍ୱରେ ସଂଖ୍ୟାଧିକ ମହିଳା ଝାରବନ୍ଧରେ ସମ୍ମିଳିତ ଥିଲେ।