ପୂଜାରୀ ଗୁଡା ମିନିଟ ଷ୍ଟାଡିୟମରେ ଫୂଟବଲ ଟୁର୍ନାମେଣ୍ଟର ଶୁଭ ଉଦଘାଟନ ସମାରୋହ
ନବରଙ୍ଗପୁର, ୧୦ / ୧୦ (ଶେଖର ଖୁରା) : ଗତକାଲି 09/10/25ରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଆନ୍ତର୍ଗତ ପୂଜାରୀଗୁଡା ପଂଚାୟତ ସଦର ମହକୁମା ସ୍ଥିତ ମିନି ଷ୍ଟାଡିୟମ ଠାରେ ଆଜି ଫୂଟବଲ ଟୋର୍ନାମେଣ୍ଟର ଶୁଭ ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି | ଏହି ଶୁଭ ଉଦଘାଟନ ସମାରୋହରେ ମୁଖ୍ୟ ଅତିଥିଭାବେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଡ଼କ୍ଟର ଲିପିକା ମାଝୀ ଯୋଗଦେଇ ଫିତା କାଟି ଟୁର୍ନାମେଣ୍ଟର ଶୁଭାରମ୍ଭ କରିଥିବା ବେଳେ ସମ୍ମାନୀୟ ଅତିଥି ମାନଙ୍କ ମଧ୍ୟରେ ତେନ୍ତୁଳୀଖୁଣ୍ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ ପାଣିଗ୍ରାହୀ, ପି. ନଗରତନ୍ମ, ବୃନ୍ଦାବନ ତ୍ରିପାଠୀ, ପ୍ରୋହ୍ଲାଦ ହିଆଲ, ଭୀମ ପାଣିଗ୍ରାହୀ, ପୂଜାରୀଗୁଡା ସରପଞ୍ଚ ଅନାଦି ମାଝୀ, ତେନ୍ତୁଳୀଖୁଣ୍ଟି ସରପଞ୍ଚ ଟବା ନାୟକ, କିଶୋର ଚନ୍ଦ୍ର ସିଂ, କୁମାର ପୂଜାରୀ , ଭାସ୍କର ଖୁରା, ବିଜୟ କରକରା , ନକୁଳ କର୍କରା, ସୁବାସ କର୍କରା, ବରିଷ୍ଟ ଖେଳାଳି, ଗୋପାଳ କୃଷ୍ଣ ନାୟକ, ଜାନକୀ ବିଷୟୀ, ଚିତାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳି ଓ ଖେଳପ୍ରେମୀ ମାନଙ୍କୁ ଉତ୍ସାହିତ କରିଥିଲେ | ଆଜିର ଉଦଘାଟନ ମ୍ୟାଚ ରେ ତେନ୍ତୁଳୀଖୁଣ୍ଟି ବ୍ଲକର ଚିତ୍ରକୋଟ ସହିତ କୋଷାଗୁ ମୁଡା ବ୍ଲକର କୋର୍ଚ୍ଚାମାଳର ଚନ୍ଦନ ଇଲେଭେନ, ଏବଂ ମାଝୀଗୁଡା ସହିତ କୁର୍ମା କୋଟ ଟିମ ମଧ୍ୟରେ ରୋମାଞ୍ଚକ ଭାବେ ଖେଳ ଅନୁଷ୍ଠିତ ହୋଇ ଯାଇଛି |ଶହ ଶହ ଖେଳପ୍ରେମି ଉପସ୍ଥିତ ରହି ଖେଳକୁ ଉପଭୋଗ କରି କରିଥିବାର ଦେଖିବାକୁ ମିଲିଥିଲା |