Hot Posts

6/recent/ticker-posts

ତେରେସିଂହାରେ ମାଁ ବସ୍ତ୍ରେନ୍ ଯାତ୍ରା ପାଳିତ

କର୍ଲାମୁଣ୍ଡା, ୦୨/୧୦ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଠାରେ ମାଁ ବସ୍ତ୍ରେନ୍ ଯାତ୍ରା ଗୁରୁବାର ହୋଇ ଯାଇଛି I ମେଘୁଆ ପାଗ ସାଙ୍ଗକୁ ପ୍ରବଳ ବର୍ଷା ସତ୍ତ୍ୱେ ମାଁ ଙ୍କ ଦର୍ଶନ ପାଇଁ ଶହ ଶହ ଭକ୍ତଙ୍କର ଭିଡ଼ ଦେଖିବାକୁ ମିଳିଥିଲା I ଏହି ଅବସରରେ ମା' ଙ୍କ ପୂଜକ ଭରତ ନାଗ, ବରୁଆ କାଳିଆ ନାଗ, ରସିକ ସୁନା, ଛତ୍ରିଆ ବରୁଣ ନାଗଙ୍କ ସମେତ ଭକ୍ତମାନେ ସହଯୋଗ କରିଥିଲେ I ମନ୍ଦିର ପ୍ରତିଷ୍ଠା ସମୟରେ ଚିତ୍ରକର ପ୍ରମୋଦ ନାଗ ଓ ରାଜ କିଶୋର ନାଗ ପ୍ରମୁଖ ମାଁ ଙ୍କ ପ୍ରତିଛବି ଅଙ୍କନ କରିଥିବା ଜଣାଯାଏ I