Hot Posts

6/recent/ticker-posts

ଭିନ୍ନ ଢଙ୍ଗରେ ଏବର୍ଷର ସାର୍ବଜନୀନ ଦୁର୍ଗାପୂଜା ଝାରବନ୍ଧ

ଝାରବନ୍ଧ, ୦୨/୧୦ ( ଗୌରିଶଙ୍କର ପଞ୍ଚଭାୟା )
ଓଡ଼ିଶା ର ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଝାରବନ୍ଧ ଗ୍ରାମ ର ଦୁର୍ଗା ପୂଜା ତାଙ୍କ ନିଜ ଅଞ୍ଚଳରେ ଆଗରୁ ଅନେକ ନାମ ଓ ବଦନାମ ସୃଷ୍ଟି କରିଥିବାବେଳେ ଏ ବର୍ଷ ଭିନ୍ନ କିଛି ଢଙ୍ଗରେ ପାଳନ କରାଯାଇଛି, ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମ ଏହି ପୂଜା ଉପଲକ୍ଷେ କରାଯାଏ ଏବର୍ଷ ମଧ୍ୟ କରାଯାଇଛି,ଅନ୍ୟ ବର୍ଷରେ ଗାଁ କମିଟି ଥାଓ ଥାଓ ଆଓଏକ ପୂଜା କମିଟି ସୃଷ୍ଟି କରାଯାଏ ଓ ସେହି କମିଟି ର ସଦସ୍ୟ ମାନେ ସମସ୍ତ କାର୍ଯ୍ୟ କରିଥାନ୍ତି ଯେମିତି କି ଚାନ୍ଦା ଆଦାୟ ଠାରୁ ମାଁ ଦୁର୍ଗା ଙ୍କ ମୂର୍ତି ବନେଇବା ଡେଗୁରେସନ ମନୋରଞ୍ଜନ କାରିଙ୍କୁ ଯୋଗାଯୋଗ କରିବା ମାଁ ଙ୍କର ସେଷ ବିସର୍ଜନ ଇତ୍ୟାଦି ଇତ୍ୟାଦି , କିନ୍ତୁ ଏବର୍ଷ ଆଉ ଏକ କମିଟି ସୃଷ୍ଟି ନକରି ଝାରବନ୍ଧ ଗାଁ କମିଟି ସମସ୍ତ କାର୍ଯ୍ୟ କରିଥିଲେ ଓ ଅତି ଆନନ୍ଦରେ ପୂଜା କୁ ସମାପନ କରିଥିଲେ, ଏବର୍ଷ ର ଝାରବନ୍ଧ ଗାଁ କମିଟି ର ସଦସ୍ୟ ମାନେ ହେଲେ ସଭାପତି ମୋହନ ପ୍ରଧାନ, ସଂପାଦକ ରାଜେଶ ପ୍ରଧାନ ବିଦ୍ୟାଧର ସାହୁ, ଜଗଦୀଶ ସାହୁ, ଅମୃତଲାଲ ବନଛୋର, ମିନ ବାଗ,ମୁଟଲ ବାଗ, ପ୍ରମୋଦ ବେହେରା, ନକୁଳ ସାହୁ, ଫଟୁ ରଣା, ଭରତ ସଗରିଆ,ହେମଚନ୍ଦ୍ର ବନଛୋର, ଅମୃତଲାଲ ବରିହା, ଗୋବିନ୍ଦ ବେହେରା,ନିତିଆ ପାଣ୍ତେ,ଦଲକୋ ରଣା, ସାମନ୍ତ ମୁନା,ନୀଲ ବାଗ,ରାମଲାଲ ସତନାମି, କୌରବ ପ୍ରଧାନ,ମିଲୁ ସବର,ଗଉତମ ରଣା,ପିଙ୍କୁ ଅଗ୍ରୱାଲ, କୁମାର ବେହେରା, ଉମାକାନ୍ତ ପ୍ରଧାନ, ଯଜ୍ଞ ସିଂ ସିଦାର,ସହଦେବ ରଣା, ସଞ୍ଜୟ ପ୍ରଧାନ, ନିରାକାର ପ୍ରଧାନ


ଝାରବନ୍ଧ ବ୍ଲକ ରୁ ଗୌରୀଶଙ୍କର ପଞ୍ଚଭାୟାଙ୍କ ରିପୋର୍ଟ