ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷକ ନିରୀକ୍ଷକ ସଂଘର ଜିଲ୍ଲା ସ୍ତରୀୟ ବାର୍ଷିକ ସାଧାରଣ ବୈଠକ ଏବଂ ଆଲୋଚନା ଚକ୍ର
କନ୍ଧମାଳ, ୨୭/୧୦ (ଅଚ୍ୟୁତ ଜାନି) : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଗାନ୍ଧୀସ୍ମୃତି ଭବନ ଠାରେ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘର ଜିଲ୍ଲା ସ୍ତରୀୟ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକଟି ଜିଲ୍ଲା ସଭାପତି ସୁରଥ ଚନ୍ଦ୍ର ମୁନିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ମୁଖ୍ୟ ଅତିଥିଭାବେ କନ୍ଧମାଳ ଜିଲ୍ଲାର ବରିଷ୍ଠ ସରକାରୀ ଆଇନଜୀବୀ ତଥା ସଂଘର ଆଇନ୍ ପରାମର୍ଶଦାତା ଶ୍ରୀଯୁକ୍ତ ବିଜୟ କୃଷ୍ଣ ପଟ୍ଟନାୟକ ଓ ସମ୍ନାନିତ ଅତିଥିଭାବେ ରାଜ୍ୟ ସଂଘର ରାଜ୍ୟ ଉପସଭାପତି ଡକ୍ଟର ଦୈତାରି ଦିଗାଲ,ରାଜ୍ୟ ଯୁଗ୍ମ ସମ୍ପାଦକ ଡକ୍ଟର ତ୍ରିଲୋଚନ ପଣ୍ଡା, ଉପଦେଷ୍ଟା ରଞ୍ଜନ କୁମାର ପାଢ଼ୀ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାବୃନ୍ଦ ଯୋଗ ଦେଇଥିଲେ । ଶିକ୍ଷକ ସଂଘ ମଧ୍ୟରେ ଜାତୀୟ ଶିକ୍ଷା ନୀତି -୨୦୨୦ ଓ ଏଥିରେ ଶିକ୍ଷକଙ୍କ ଭୂମିକା ସଂମ୍ପର୍କରେ ଆଲୋଚନା କରିବା ସହ, ଜିଲ୍ଲା ଶିକ୍ଷକ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଜିଲ୍ଲା ଅଧିକାରୀଙ୍କ ନିକଟରେ ସକାରାତ୍ମକ ଆବେଦନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କାର୍ଯ୍ୟକ୍ରମକୁ ସମ୍ପାଦକ ତୀର୍ଥବାସୀ ଘଡେ଼ଇ ପରିଚାଳନା କରିବା ସହ ନୁକ୍ସସନ୍ସ ସଂଘକୁ ଆଗକୁ କେମିତି ମଜଭୁତ ହେବ ସେ ନେଇ ଆଲୋଚନା କରିଥିଲେ । ଶିକ୍ଷକଙ୍କ ଛୋଟ ମୋଟ ଦାବିକୁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନିକଟରେ ଉପସ୍ଥାପନା କରିବା ପାଇଁ ସହମତି ପ୍ରକାଶ ପାଇଥିଲା । ରାଜ୍ୟ ଉପସଭାପତି ଡକ୍ଟର ଦୈତାରୀ ଦିଗାଲ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ରବି ନାରାୟଣ ମିଶ୍ର ଜଣେ ସଚ୍ଚୋଟ ଅଧିକାରୀ ଭାବେ ଶିକ୍ଷକଙ୍କର ସମସ୍ତ ସମସ୍ୟାକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରୁଥିବା ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀଙ୍କୁ କନ୍ଧମାଳ ଜିଲ୍ଲା ଗର୍ବିତ ଏବଂ କାର୍ଯ୍ୟାଳୟରେ ଥିବା ସମସ୍ତ କିରାଣୀ ମାନେ ତତ୍ପର ଭାବେ ସବୁ କାର୍ଯ୍ୟ ଆଗେଇ ନେଉଛନ୍ତି ବୋଲି ଅଭିବ୍ୟକ୍ତି ରଖିଥିଲେ। ଉପ ସଭାପତି ରଞ୍ଜିତ କୁମାର ପ୍ରଧାନ, ସନ୍ତୋଷ ଭୋଇ, ସଞ୍ଜୟ ପ୍ରଧାନ,ଗୁରୁପ୍ରସାଦ ସାହୁ, ମିନତୀ ଦେବୀ, ଲିଙ୍ଗେଶ୍ୱର ମହାନ୍ତି, ଭୀମ ରାଜ ବଳିରାସିଂ, ସାଗର ନାୟକ, ଶୁଭମ ସାଜନ,କାଶୀନାଥ ବେହେରା ସହିତ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ରାଜ୍ୟ ସଂଘର ଉପସଭାପତି ଜିଲ୍ଲା ପ୍ରଶାସନକୁ ବା ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟକ୍ରମକୁ ବହୁତ ପ୍ରଶଂସା କରିଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ଆସିବା ଦିନଠାରୁ ବହୁତ ବିଭାଗୀୟ କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବେ ପରିଚାଳିତ ହେଉଅଛି । ଶେଷରେ ଉପସଭାପତି ଡକ୍ଟର ସୁଧିର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।