Hot Posts

6/recent/ticker-posts

ଲାଇନପଡ଼ାରେ " ହାଃ କୃଷ୍ଣ ବୋଲି ଯାଉ ଜୀବ " ନାଟକ ମଞ୍ଚସ୍ଥ

କନ୍ଧମାଳ, ୨୭/୧୦ (ଅଚ୍ୟୁତ ଜାନି) : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ ଲାଇନପଡ଼ାରେ ରବିବାର ଦିନ ବିନାୟକ ଯୁବ ପରିଷଦ ଆନୁକୂଲ୍ୟରେ ସାମାଜିକ ନାଟକ "ହାଃ କୃଷ୍ଣ ବୋଲି ଯାଉ ଜୀବ " ଷ୍ଟାର ମାଷ୍ଟର ସନ୍ତୋଷ କୁମାର ଘଡ଼େଇ ଙ୍କ ନିର୍ଦେଶନାରେ ଅଞ୍ଚଳର କଳାକାର ମାନଙ୍କୁ ନେଇ ମଞ୍ଚସ୍ଥ ହୋଇଯାଇଛି ।ଏହି ନାଟକ କୁ କନ୍ଧମାଳ ଜିଲ୍ଲାର ଭାରତୀୟ ଜନତା ପାର୍ଟି ର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପଣ୍ଡିତ ବିଶମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଚକାପାଦ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ହୃଦୟ ରଞ୍ଜନ ସାହୁ, ସମ୍ମାନିତ ଅତିଥି ଭାବେ ବିଜେପି ଚକାପାଦ ମଣ୍ଡଳ ସଭାପତି ଶ୍ରୀ ସର୍ବେଶ୍ୱର କହଁର, ଚକାପାଦ ସାଂସଦ ପ୍ରତିନିଧି ତଥା ପସରା ସରପଞ୍ଚ ଶ୍ରୀ ସୁମନ୍ତ କୁମାର ମଳିକ, ବିଧାୟକ ପ୍ରତିନିଧି ଗଣେଶ୍ୱର ପ୍ରଧାନ,ଖଜୁରୀପଡ଼ା ବ୍ଲକ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ, ଖଜୁରୀପଡ଼ା ସାଂସଦ ପ୍ରତିନିଧି ଶ୍ରୀ ମନୋଜ କୁମାର ପଣ୍ଡା, ବିଧାୟକ ପ୍ରତିନିଧି ଶ୍ରୀ ଅନନ୍ତ କୁମାର ଦିଗାଲ,ସ୍ଥାନୀୟ ବରଡ଼ା ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସୋମନାଥ ସାହାଣୀ, ହିନ୍ଦୀ ଶିକ୍ଷକ ଶ୍ରୀ ଲକ୍ଷ୍ମୀ ନାରାୟଣ ପୁରୋହିତ, ବିନାୟକ ଯୁବପରିଷଦର ସଭାପତି ଶ୍ରୀ ଚନ୍ଦନ ପାତ୍ର, ନାଟ୍ୟ ପରିଚାଳକ ଶ୍ରୀ ଦିଗାମ୍ବର ନାଏକ, କୋଷାଧକ୍ଷ ଶ୍ରୀ ମୁନୀନ୍ଦ୍ର କୁମାର ବେହେରା, ହାଟପଦା ୱାର୍ଡ ସଭ୍ୟା ଶ୍ରୀମତୀ ମମତା ନାଏକ, କୁସୁମେଣ୍ଡି ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ ଶ୍ରୀ ଅଗସ୍ତି ଦିଗାଲ, ପୂର୍ବତନ ଏସ. ବି. ଆଇ. ଶାଖା ପରିଚାଳକ ଶ୍ରୀ ପ୍ରଦୀପ କୁମାର ମଳିକ,ଫୁଲବାଣୀର ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ବେହେରା, ଚଳଚ୍ଚିତ୍ର ଅଭିନେତା ତଥା କଣ୍ଠଶିଳ୍ପୀ ଶ୍ରୀ ଜଳନ୍ଧର ବେହେରା,କ. ନୂଆଗାଁ ର ବି ଜେ ପି ମଣ୍ଡଳ ସଭାପତି ପାତ୍ର ବାବୁ,ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଶତ୍ରୁଘନ ନାଏକ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । କମିଟିର ସଭାପତି ଏବଂ କୋଷାଧକ୍ଷ ଅତିଥି ମାନଙ୍କୁ ଫୁଲ ତୋଡ଼ା ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ରଙ୍ଗ ସତ୍ୟ ପ୍ରିୟ ବେହେରା ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ । ନୟାଗଡ଼ ର ନୀଳକଣ୍ଠେଶ୍ଵର ଚିତ୍ରାଳୟ, ଦଶପଲ୍ଲାର ଜିତୁ ମ୍ୟୁଜିକ ପାର୍ଟି, ମାହି ଗ୍ରୁପ ଡାନ୍ସ ସୁଦୂର ପଟିଆ ଭୁବନେଶ୍ୱର ରୁ ଆସି ନାଟକରେ ଅଭିନୟ କରିଥିଲେ । ପାଗ ଅନୁକୂଳ ଥିବାରୁ ସହସ୍ରାଧିକ ଦର୍ଶକ ନାଟକଟିକୁ ଶାନ୍ତି ଶୃଙ୍ଖଳା ର ସହିତ ଉପଭୋଗ କରିଥିଲେ। କମିଟିର ସ୍ବେଛାସେବୀ ମାନଙ୍କ ସହିତ ସ୍ଥାନୀୟ ପୋଲିସ ପ୍ରଶାସନ କାର୍ଯ୍ୟକ୍ରମରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ସହଯୋଗ କରିଥିଲେ ।