ତେରେସିଂହାର ଜଗନ୍ନାଥ ରଣାଙ୍କ ପରଲୋକ
କର୍ଲାମୁଣ୍ଡା, ୦୩/୧୦ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ଜଗନ୍ନାଥ ରଣା (୭୫)ଙ୍କର ଗୁରୁବାର ସନ୍ଧ୍ୟାରେ ପରଲୋକ ହୋଇ ଯାଇଛି I ତାଙ୍କରି ବିୟୋଗରେ ଅଂଚଳରେ ଶୋକରଛାୟା ଖେଳି ଯାଇଛି I ସେ କିଛି ମାସ ହେଲା ଅସୁସ୍ଥ ହୋଇ ଶଯ୍ୟାଶାୟୀ ଥିଲେ I ସେ ୧୯୮୬-୧୯୯୮ ମସିହା ପର୍ଯ୍ୟନ୍ତ ବିରାଟ ପର୍ବ ନାଟକରେ ନକୁଳ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ପ୍ରିୟ ହୋଇ ପାରିଥିଲେ I ଶୁକ୍ରବାର ସକାଳେ ନିକଟସ୍ଥ ତେଲ ନଦୀ କୂଳରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇ ଥିଲା l ତାଙ୍କ ଏକମାତ୍ର ପୁତ୍ର ଗୋପାଳ ରଣା ଓ ଭାଇ ପୁଅ କୌଶିକ ରଣା ମୁଖାଗ୍ନୀ ଦେଇଥିଲେ I ତାଙ୍କରି ବିୟୋଗରେ ଶ୍ରୀ ଶ୍ରୀ ରାଧାବଲ୍ଲଭ ନାଟ୍ୟ ସଂସଦ ସମେତ ବ୍ୟକ୍ତି ବିଶେଷ ଗଭୀର ଶୋକବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି I