Hot Posts

6/recent/ticker-posts

ବିଜେପୁର ହସ୍ପିଟାଲ ସମ୍ମୁଖରେ ବାଇକ ଦୁର୍ଘଟଣା

ବିଜେପୁର, ୨୯/୧୦ (  ଚୁଡ଼ାମଣି ସାହୁ ) : ବରଗଡ଼ ଜିଲ୍ଲା ବଡ଼ବାଉସେନ ଗ୍ରାମପଂଚାୟତ ଅନ୍ତର୍ଗତ କୁରକୁଟା ଗଣ୍ଡପାଲି ଗ୍ରାମର ପୂର୍ଣ୍ଣିମା ମୁଗ୍ରୀ, ସ୍ୱାମୀ ଅନାଦି ମୁଗ୍ରୀ, ଆଜିସନ୍ଧ୍ୟା ୬ଟା ରେ ବିଜେପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ତାଙ୍କ ସମ୍ପର୍କୀୟ ଙ୍କୁ ଦେଖିବା ପାଇଁ ଆସିଥିଲେ। ହସ୍ପିଟାଲରୁ ବାହାରୁଥିବା ବେଳେ ଏକ ଦ୍ରୁତ ଗତିରେ ଆସୁଥିବା ବାଇକ ସହିତ ଧକ୍କା ହୋଇଥିଲା ସେ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ପୂର୍ଣ୍ଣିମା ମୁଗ୍ରୀଙ୍କୁ ତୁରନ୍ତ ବିଜେପୁର ହସ୍ପିଟାଲକୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ତାଙ୍କ ଆଖିପରଦା ପାଖରେ ଗଭୀର ଆଘାତ ଲାଗିଥିବାରୁ ଡାକ୍ତରମାନେ ତିନୋଟି ସ୍ଟିଚ୍ ଲଗାଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବିଜେପୁର ହସ୍ପିଟାଲ ସମ୍ମୁଖରେ ରାତ୍ରିରେ ଲାଇଟ ଅଚଳ ରହିଥିବା ଓ ରୋଡ ବ୍ରେକର ନ ଥିବାରୁ ଏଠି ବାରମ୍ବାର ଦୁର୍ଘଟଣା ଘଟୁଛି। ଏହି ସ୍ଥାନ ହେଉଛି ବିଜେପୁରର ହସ୍ପିଟାଲ, ତହସିଲ ଅଫିସ, କଲେଜ, ବ୍ୟାଙ୍କ ରାସ୍ତା, ଯାହା ଦିନରେ ଓ ରାତିରେ ଦୁହିଁବେଳେ ଯାତାୟାତ ଭିଡ଼ ରହେ। ଆଗରୁ ମଧ୍ୟ ଏହି ସ୍ଥାନରେ ଅନେକ ସାନ ବଡ଼ ଦୁର୍ଘଟଣା ଘଟୁଛି। ସେଥିପାଇଁ ଅଞ୍ଚଳବାସୀମାନେ ବିଜେପୁର ପ୍ରଶାସନ ଓ ବିଜେପୁର ବିଜ୍ଞାପିତ ଅଞ୍ଚଳ ପକ୍ଷରୁ ହସ୍ପିଟାଲ ସମ୍ମୁଖରେ ରୋଡ ବ୍ରେକର ସହିତ ଲାଇଟ ବ୍ୟବସ୍ଥା ଶୀଘ୍ର କରିବା ପାଇଁ ଦାବି ଉଠାଇଛନ୍ତି। ବିଜେପୁର ଅଞ୍ଚଳରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ହେବା ସହ ଜନମତରୁ ଚାପ ଦେଖାଯାଉଛି ଯେ ପ୍ରଶାସନ ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା ନେଉ।

 ବରଗଡ଼ ଜିଲ୍ଲା ବିଜେପୁର ରୁ ଚୁଡ଼ାମଣି ସାହୁ ଙ୍କ ରିପୋର୍ଟ