ପାଇକମାଳ ରେ ବରିଷ୍ଠ ନାଗରିକ ଦିବସ ପାଳିତ
ପାଇକମାଳ, ୩୦। ୧୦ ( କୃଷ୍ଣ ଚନ୍ଦ୍ର ସାହୁ ) : ପାଇକମାଳ - ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ,ତରଫରୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଗୁରୁବାର ମାଉସୀ ମା ମନ୍ଦିର ପରିସରରେ ପାଳିତ ହୋଇ ଯାଇଛି। ଏଥିରେ ଅନିଲ କୁମାର କାଳିଆ ସଭାପତିତ୍ୱ କରିଥିବା ବେଳେ ପାଇକମାଳ ବିଡ଼ିଓପ୍ରଫୁଲ୍ଲ କୁମାର ଓଡୁ, ତହସିଲଦାର ସିନ୍ଧୁସୁତା ପାତ୍ର, ବିଇଓ ଅଦନ ସୁନା, ଥାନା ଆଇ ଆଇ ସୀ କୈଳାଶ ଚନ୍ଦ୍ର ପ୍ରଧାନ, ଭାରତୀୟ ଷ୍ଟେଟ ବ୍ୟଙ୍କ ମେନେଜେର ଆକାଶ କୁମାର ପ୍ରଧାନ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଥିଲେ । ଏହି ସଭାରେ ପାଇକମାଳ, ଟେମରୀ ଓ ମାଣ୍ଡୋସିଲ ଜୋନର ପ୍ରାୟ ୭୦ ଜଣ କର୍ମକର୍ତ୍ତା ଯୋଗ ଦେଇଥିଲେ,। ଥାନା ଅଧିକାରୀ ଶ୍ରୀ ପ୍ରଧାନ ବରିଷ୍ଠ ନାଗରିକମାନଙ୍କପାଇଁ ପରିଚୟ ପତ୍ର ସମ୍ପର୍କରେ ବରଗଡ଼ ଏସ୍.ପି.ଙ୍କ ସହିତ ଯୋଗାଯୋଗ କରି ଆବଶ୍ୟକ ଫର୍ମ ଯୋଗାଇ ଦେବାକୁ ଏ ଦିଗରେ ପ୍ରତିଶୃତି ପ୍ରଦାନ କରିଥିଲେ।ତହସିଲଦାରଶ୍ରୀମତୀ ପାତ୍ର ମଧ୍ୟ ଅବସର କର୍ମଚାରୀ ମାନଙ୍କ ଗୃହ ନିର୍ମାଣ ପାଇଁ ଗୋଟିଏ ଉପଯୁକ୍ତ ଜାଗା ଯୋଗାଇଦେବାପାଇଁ ଚେଷ୍ଟା କରିବା ପାଇଁ କହି ଥିଲେ। ସେହିପରି ବ୍ଲକ ବିଇଓ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର କେତେକ ସଦସ୍ୟ ନିକଟ ଅତୀତରେ ପ୍ରାଥମିକ ଶିକ୍ଷକ ପଦରୁ ଅବସର ଗ୍ରହଣ କରିଛନ୍ତି । ସେହି ଅବସରପ୍ରାପ୍ତ ଶିକ୍ଷକମାନେ ସରକାରଙ୍କ ପାଖରେ ଜମାଥିବା ଇ.ପି.ଏଫ୍. ଏ ପର୍ଯ୍ୟନ୍ତ ପାଇପାରିନାହାନ୍ତି ସେନେଇ ସଙ୍ଘର ସମ୍ପାଦକ ଡୋଳାମଣି ମାହାରଙ୍କୁ ଅଫିସକୁ ଆସି ସମସ୍ତ ବିଷୟରେ ଆଲୋଚନା କରିବା ପାଇଁ କହିଥିଲେ । ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ସଂକ୍ରାନ୍ତ ସମସ୍ତ ସୁବିଧା ସୁଯୋଗ ସହିତ ନଭେମ୍ବରମାସରେ ଦେବାକୁ ଥିବା ଲାଇଫ ସାର୍ଟିଫିକେଟ ବିଷୟରେ ଦିଗ୍ଦର୍ଶନ ପ୍ରଦାନ କରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧ୍ୟ ଅବସରପ୍ରାପ୍ତ କର୍ମଚାରୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିବାସହିତ ସେମାନଙ୍କ ସହଯୋଗ କରିବା ପାଇଁ ଦୃଢ ପ୍ରତିଶୃତି ଦେଇଥିଲେ। ଦୋଳମଣି ମାହାର ସଭା ପରିଚାଳନା କରିଥିଲେ.। ବରିଷ୍ଠ ନାଗରିକଙ୍କ ମଧ୍ୟରୁ ମାଣ୍ଡୋସିଲ ଜୋନ ସମ୍ପାଦକଙ୍କ ବରିଷ୍ଠ ନାଗରିକ ଦିବସ ଶୀର୍ଷକରେ ସ୍ଵଲିଖିତ କବିତା ପାଠ କରିଥିଲେ। ସଦସ୍ୟଙ୍କ ମଧ୍ୟରୁ ଶଙ୍କର ପ୍ରସାଦ ଦାଶ, ଜନାର୍ଦ୍ଦନ ପଣ୍ଡା, ଗିରୀଶ ଚନ୍ଦ୍ର ନାୟକ, ପ୍ରସନ୍ନ କୁମାର ପଟ୍ଟନାୟକ, ମହେନ୍ଦ୍ର କୁମାର ସାହୁ, ବଡ଼ ଶତପଥୀ ଏବଂ ଆହୁରି ଅନେକ ସଭ୍ୟ ନିଜ ନିଜ ଅଭିଜ୍ଞତା, ଅନୁଭୂତି ବର୍ଣନା କରିବା ସହ ସାମୁହିକ ବୃକ୍ଷ ରୋପଣ, ସାମୁହିକ ସଫେଇ, ନିଶା ନିବାରଣ, ଜନ ସଚେତନା ପ୍ରମୁଖ କାର୍ଯ୍ୟକ୍ରମ ହାତକୁ ନେବା ବୋଲି ମତାମତ ଦେଇ ଥିଲେ। ଶେଷରେ କୋଷାଧ୍ୟକ୍ଷ ନନ୍ଦଲାଲ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ପାଇକମାଳ ରୁ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ରିପୋର୍ଟ